Latest Odisha News

BREAKING NEWS

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୮୩ଜଣ କୋଭିଡ଼ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୮୩ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ସଙ୍ଗରୋଧରୁ ୧୦୮ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୭୫ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୦ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୁଳରୁ ୩ଜଣ, ବାଲେଶ୍ୱରରୁ ୨ଜଣ, ବରଗଡ଼ରୁ ଜଣେ, କଟକରୁ ୧୩ଜଣ, ଦେବଗଡ଼ରୁ ୮ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୫ଜଣ, ଯାଜପୁରରୁ ୩ଜଣ, ଝାରସୁଗୁଡ଼ାରୁ ୩ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, ଖୋର୍ଦ୍ଧାରୁ ୯୯ଜଣ, ମୟୁରଭଞ୍ଜରୁ ଜଣେ, ନୟାଗଡ଼ରୁ ୪ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୭ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୬ଜଣ, ଷ୍ଟେଟ୍ ପୁଲରୁ ୨୩ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୫୩ହଜାର ୩୪୯ଜଣ କୋଭିଡ଼ ଆକ୍ରାନ୍ତ ରହିଛନ୍ତି । ଏଥିମଧ୍ୟରୁ ୧୦ ଲକ୍ଷ ୪୩ହଜାର ୪୫ଜଣ ସୁସ୍ଥ ଅଛନ୍ତି । ଏବେ ସୁଦ୍ଧା ୧ହଜାର ୮୦୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.