Latest Odisha News

BREAKING NEWS

ପହଲଗାମ ଷଡ଼ଯନ୍ତ୍ରରେ ସାମିଲ ସନ୍ଦେହରେ ବୁଲିଲା ବୁଲ୍‌ ଡୋଜର

ଶ୍ରୀନଗର: ପହଲଗାମ ଷଡ଼ଯନ୍ତ୍ରରେ ସାମିଲ ସନ୍ଦେହରେ ବୁଲିଲା ବୁଲ୍‌ ଡୋଜର। ଜମ୍ମୁକାଶ୍ମୀର ପହଲଗାମର ଜଣେ ଆତଙ୍କୀଙ୍କ ଘରେ ବୁଲିଲା ବୁଲଡୋଜର। ବୁଲ୍‌ ଡୋଜର ବୁଲିବା ସହ ବ୍ଲାଷ୍ଟ କରି ଘର ଉଡ଼ାଇଲେ ସୁରକ୍ଷାକର୍ମୀ। ସ୍ଥାନୀୟ ଅଞ୍ଚଳର ଆସିଫ ସେଖ୍‌ ତଥା ଆଦିଲ୍‌ର ଘର ଉଡ଼ାଇଲେ। ଆକ୍ରମଣ ଷଡ଼ଯନ୍ତ୍ରରେ ଆଦିଲ ସାମିଲ ନେଇ ସନ୍ଦେହ ହୋଇଥିଲା।

ପହଲଗାମ ଆକ୍ରମଣ ପରେ, ସେନା ସତର୍କ ସ୍ଥିତିରେ ଅଛି ଏବଂ ସର୍ଚ୍ଚ ଅପରେସନ୍ କରୁଛି। ଆସିଫ୍ ଶେଖ୍ ଲଶ୍‌କର ଆତଙ୍କବାଦୀର ଘର ଭାଙ୍ଗିବା ପରେ, ଦକ୍ଷିଣ କାଶ୍ମୀରର ବିଜବେହାରା ଅଞ୍ଚଳରେ ଲଶ୍‌କର-ଏ-ତୈୟବାର ଦୁଇଜଣ ଆତଙ୍କବାଦୀ ଅଦିଲ୍ ଥୋକର ଆଉ ଏକ ଘର ଧ୍ୱଂସ କରିଦିଆଯାଇଥିଲା। କାରଣ ବୈସାରନ୍ ପହଲଗାମ୍ ଘଟଣାରେ ତାଙ୍କର କଥିତ ଭୂମିକା ସାମ୍ନାକୁ ଆସିଥିଲା।

ଆସିଫ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସେ ସମ୍ପୃକ୍ତ ଥିବା ବିଶ୍ୱାସ କରାଯାଉଛି। ସେ ଲସ୍କର-ଏ-ତୈବାର ଜଣେ ଆତଙ୍କବାଦୀ। ତାଙ୍କର ବୟସ ୨୬ ବର୍ଷ। ଏଥିପାଇଁ ରାଜ୍ୟ ସରକାର ପୂର୍ବରୁ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

Comments are closed.