Latest Odisha News

BREAKING NEWS

ଜମ୍ମୁରେ ପୁଣି ଯବାନଙ୍କୁ ସଫଳତା, ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଯବାନଙ୍କୁ ମିଳିଲା ସଫଳତା। ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ। ଘଟଣାସ୍ଥଳରୁ ପାକିସ୍ତାନୀ ବନ୍ଧୁକ ସହ ହାଣ୍ଡ ଗ୍ରେନେଡ୍‌ ମଧ୍ୟ ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।

ପୁଞ୍ଚ ପୋଲିସର ସୂଚନାନୁସାରେ, ଶନିବାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ପୋଲିସର ମିଳିତ ଅପରେସନରେ ଭାରତୀୟ ସେନାର ରୋମିଓ ଫୋର୍ସ ପୁଞ୍ଚର ବାଲନୋଇ ସେକ୍ଟରରେ ଆତଙ୍କବାଦୀମାନେ ଲୁଚି ରହୁଥିବା ଏକ କ୍ୟାମ୍ପ ଠାବ କରିଥିଲେ । କିନ୍ତୁ ସେଠାରେ କୌଣସି ଆତଙ୍କବାଦୀ ନଥିଲେ । ଏହି ଅପରେସନ୍ କ୍ୟାମ୍ପ ସ୍ଥାନରୁ ଦୁଇଟି ଗ୍ରେନେଡ୍ ଏବଂ ତିନୋଟି ପାକିସ୍ତାନୀ ବନ୍ଧୁକ ଠାବ ହୋଇଛି । ବର୍ତ୍ତମାନ୍ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

 

 

Comments are closed.