Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଅଲ ବଦ୍ର ମୂଖ୍ୟ ଗନୀ ଖ୍ୱାଜା

ଲେହ:ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କୁ ମଙ୍ଗଳବାର ବହୁତ ବଡ ସଫଳତା ମିଳିଛି । ଅଲ ବଦ୍ର ମୂଖ୍ୟ ଗନୀ ଖ୍ୱାଜା ପୋଲିସ ଏନକାଂଉଟରରେ ଟଳିଛି । ସନ୍ଧ୍ୟା ୭ଟାରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯାହା ଏବେ ବି ଜାରି ରହିଛି ।

ଜମ୍ମୁ-କଶ୍ମୀର ଆଇଜିପି ବିଜୟ କୁମାରଙ୍କ ମତରେ ଗ୍ରାମ ମଧ୍ୟରେ ଆହୁରି ୩ ଆତଙ୍କବାଦୀ ଲୁଚି ରହିଛନ୍ତି । ଗନୀ ମରିବା ବହୁତ ବଡ ସଫଳତା ବୋଲି ସେ କହିଛନ୍ତି । ଗତ ମାସରେ ମଧ୍ୟ ଅଲ ବଦ୍ରର ୩ ଆତଙ୍କବାଦୀ ପୋଲିସ ଗୁଳିରେ ନିହତ ହୋଇଥିଲେ ।

Leave A Reply

Your email address will not be published.