Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଦେଶରେ ଚିନ୍ତା ବଢ଼ି ଚାଲିଛି । ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୮୨ ଜଣ କରୋନା ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବାଲେଶ୍ବର ଓ ଖୋର୍ଦ୍ଧାରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ପୁରୀ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ଅନୁଗୁଳ, ବରଗଡ଼, ଭଦ୍ରକ, କଟକ, ଯାଜପୁର ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ, ବଲାଙ୍ଗିରରୁ ୩ ଜଣ, ଦେବଗଡ଼, କଳାହାଣ୍ଡି ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୨୫୦ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.