Latest Odisha News

BREAKING NEWS

ଦୁନିଆ ଆଖିରେ ଜେଲ ଭିତରେ ହାଫିଜ, ଘରେ କିନ୍ତୁ ମଉଜ କରୁଛି ମୁମ୍ବାଇ ଆକ୍ରମଣର ଦୋଷୀ

ଲାହୋର: ପାକିସ୍ତାନର ଆଉ ଏକ ଚାଲ ପଦାରେ ପଡିଛି । ଭାରତୀୟ ଗୋଇନ୍ଦା ବିଭାଗରୁ ମିଳିଥିବା ଖବର ମୁତାବକ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଏଦ ନିଜ ଘରେ ମଉଜ କରୁଛି । ଦୁନିଆ ଆଖିରେ ଧୂଳି ପକାଇ ପାକିସ୍ତାନ ତାକୁ ଜେଲ ଭିତରେ ରଖିଥିବା ନେଇ ଡିଣ୍ଡିମ ପିଟୁଛି । ପ୍ରକୃତରେ ହାଫିଜକୁ ଲୁଚାଇ ଜେଲରୁ ଖଲାସ କରାଇଛି ।

ଯେଉଁଠାରେ ସେ ଆତଙ୍କବାଦୀ କାର୍ଯ୍ୟକଳାପ ସୁରୁଖୁରୁରେ ଚଳାଉଛି । କିଛି ଦିନ ତଳେ ଜେହାଦ ୱିଙ୍ଗର ଅପେରଶନାଲ କମାଣ୍ଡର ରହମାନ ଲଖବୀ ତାଙ୍କୁ ଭେଟିଥିଲେ । ହାଫିଜଙ୍କ ପରି ଲଖବୀଙ୍କ ଉପରେ ମଧ୍ୟ ସଂଯୁକ୍ତ ରାଷ୍ଟ୍ର ପରିଷଦ ପ୍ରତିବନ୍ଧ ଲଗାଇଛି । ୨୦୨୦ ଫେବୃୟାରୀରେ ହାଫିଜଙ୍କୁ ୧୦ ବର୍ଷ ୬ମାସ ଜେଲଦଣ୍ଡାଦେଶ ଦିଆ ଯାଇଥିଲା ।

Comments are closed.