Latest Odisha News

BREAKING NEWS

ଋଣ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ କକ୍ସ ଆଣ୍ଡ କିଙ୍ଗ୍ସର ପ୍ରମୋଟର ପିଟର କେରକର ଗିରଫ

ନୂଆଦିଲ୍ଲୀ: ଟ୍ରାଭେଲ ଏବଂ ଟୁର୍ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍ସର ପ୍ରମୋଟର ପିଟର କେରକରଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ଅନେକ ବ୍ୟାଙ୍କରୁ ପ୍ରାୟ ୫,୫୦୦ କୋଟି ଟଙ୍କା ଋଣ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ୟେସ୍‌ ବ୍ୟାଙ୍କରେ ସର୍ବାଧିକ ୨,୨୬୭ କୋଟି ଟଙ୍କା ରହିଛି।

ଉଲ୍ଲେଖନୀୟ କଥା ହେଉଛି, ଟ୍ରାଭେଲ କମ୍ପାନୀ କକ୍ସ ଆଣ୍ଡ କମ୍ପାନୀ ଦେବାଳିଆ ହୋଇଯାଇଛି। ଅକ୍ଟୋବର ୨୦୧୯ରେ କମ୍ପାନୀ ବ୍ୟାଙ୍କରପ୍ସି କୋର୍ଟକୁ ପଠାଯାଇଥିଲା। ଏହି କମ୍ପାନୀ କେରକର ଏବଂ ତାଙ୍କ ପରିବାର ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କକ୍ସ ଆଣ୍ଡ କିଙ୍ଗର ଏକ ସହାୟକ କମ୍ପାନୀ ଇଜିଗୋ ୱାନ ଟ୍ରାଭେଲ ଆଣ୍ଡ ଟୁର୍ସ ଲିମିଟେଡ ବିରୋଧରେ ମାମଲା ରୁଜୁ କରିଥିଲା। ୟେସ୍‌ ବ୍ୟାଙ୍କକୁ ୯୦୦ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ଉଲ୍ଲେଖନୀୟ କଥା ହେଉଛି, ଫେବୃଆରୀ ୧୪, ୨୦୨୦ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ୯୪୬.୪୪ କୋଟି ଋଣକୁ ଜାଲିଆତି ବୋଲି ଘୋଷଣା କରିଥିଲା। ୟେସ୍‌ ବ୍ୟାଙ୍କର ଅଭିଯୋଗ ଉପରେ ସିବିଆଇ ଦ୍ୱାରା ମାମଲା ରୁଜୁ ହୋଇଥିଲା।

ଅନୁସନ୍ଧାନ ସମୟରେ, ଇଡି ଜାଣିବାକୁ ପାଇଲା ଯେ କକ୍ସ ଏବଂ କିଙ୍ଗ୍ସ କାଳ୍ପନିକ ଗ୍ରାହକ ବ୍ୟବହାର କରି ୟେସ୍‌ ବ୍ୟାଙ୍କରୁ ହଜାରେ କୋଟି ଟଙ୍କା ଋଣ କରିଥିଲେ। ଯାହା ପରେ ଫେରସ୍ତ ହୋଇନଥିଲା। ଉଲ୍ଲଖେ ଥାଉ କି ମାର୍ଚ୍ଚ ୮ ରେ ଇଡି ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାଣା କପୁରଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.