Latest Odisha News

BREAKING NEWS

ଗୃହମନ୍ତ୍ରୀଙ୍କ କଡ଼ା ପଦକ୍ଷେପ ପରେ ଆକ୍ସନ ମୋଡରେ ସେନା, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଆତଙ୍କବାଦ ନିପାତ ଲାଗି ଗୃହମନ୍ତ୍ରୀଙ୍କ କଡ଼ା ପଦକ୍ଷେପ ପରେ ଆକ୍ସନ ମୋଡରେ ସେନା । ଜମ୍ମୁ-କାଶ୍ମୀର ବାନ୍ଦିପୋରାର ଆରାଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲା ଆଉ ଜଣେ ଆତଙ୍କବାଦୀ। ଘଟଣାସ୍ଥଳରେ ଜାରି ରହିଛି ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନରେ ସାମିଲ ଡ୍ରୋନ କ୍ୟାମେରା ଦ୍ୱାରା ଆତଙ୍କବାଦୀର ମୃତଦେହ ଚିହ୍ନଟ ହୋଇଛି । ଆତଙ୍କୀର ମୃତଦେହ ନିକଟରେ ଅତ୍ୟାଧୁନିକ ଏମ-୪ ରାଇଫଲ ଠାବ କରାଯାଇଛି ।

ଲଗାତାର ଆକ୍ରମଣ ପରେ ଜମ୍ମୁରେ ଜୋରଦାର ଚାଲିଛି ଆତଙ୍କୀ ନିପାତ ଅଭିଯାନ । ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷା ବାହିନୀ । ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଅରଗାମ ଅଞ୍ଚଳରେ ଚାଲିଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପ୍ରଥମେ ଖବର ଆସିଥିଲା ​​ଯେ ଏହି ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚି ରହିଥିଲେ। ଜମ୍ମୁ କାଶ୍ମୀରର ସୁରକ୍ଷା ପରିସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବାର ଗୋଟିଏ ଦିନ ପରେ ଏହା ଘଟିଛି।

ନିକଟରେ ଜମ୍ମୁ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ପ୍ରତିରକ୍ଷା ବିଭାଗର ମୁଖ୍ୟ ଜେନେରାଲ ଅନିଲ ଚୌହାନ ମଧ୍ୟ ଆଜି ଜମ୍ମୁ ଗସ୍ତ କରିବେ। ସେ ନାଗ୍ରୋଟାସ୍ଥିତ ହ୍ୱାଇଟ ନାଇଟ୍ କର୍ପସ ମୁଖ୍ୟାଳୟରେ ଏକ ବୈଠକ କରିବେ ବୋଲି ଆଶା କରାଯାଉଛି ଯେଉଁଠାରେ ତାଙ୍କୁ ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ସୂଚନା ଦିଆଯିବ। ଗତ କିଛି ଦିନ ମଧ୍ୟରେ ୪ଟି ଆତଙ୍କୀ ଆକ୍ରମଣ ଘଟଣା ପରେ ସେନା ପକ୍ଷରୁ ଜମ୍ମୁ-କାଶ୍ମୀର ସୀମବର୍ତୀ ଅଞ୍ଚଳର ବିଭିନ୍ନ ଠିକଣାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ସେପଟେ ଜୁନ ୨୯ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ରବିବାର ସୁରକ୍ଷା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଛଅ ଘଣ୍ଟା ଧରି ଚାଲିଥିବା ବୈଠକରେ ଗୃହମନ୍ତ୍ରୀ ସୁରକ୍ଷା ଏଜେନ୍ସିମାନଙ୍କୁ ଅନେକ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଗୃହମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦିଆଯାଇଛି। ମିଶନ ମୋଡରେ କାମ କରିବାକୁ ଶାହା ସମସ୍ତ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.