Latest Odisha News

BREAKING NEWS

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି: ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। କୁପୱାରରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଏନକାଉଣ୍ଟର କରାଯାଇଛି।

ସୁରକ୍ଷାକର୍ମୀ ଓ ଆତଙ୍କବାଦଙ୍କ ମଧ୍ୟରେ ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଆତଙ୍କବାଦୀଙ୍କ ନିକଟବର୍ତ୍ତୀ ହେବା ସମୟରେ ଜଙ୍ଗଲରେ ଲୁଚି ରହିଥିବା ଦୁଇରୁ ତିନି ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି । ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିବିନିମୟ ଜାରି ରହିଥିବାରୁ ସ୍ଥାନୀୟବାସିନ୍ଦାଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସୁରକ୍ଷାକର୍ମୀ ।

ସେପଟେ ଜମ୍ମୁ ଏବଂ କଶ୍ମୀରର ହିନ୍ଦୱାଡା ଜିଲ୍ଲାରେ ମଧ୍ୟ ସୁରକ୍ଷାବଳଙ୍କ ଆକ୍ସନ ଜାରି ରହିଛି । ସୁରକ୍ଷାବଳ ଜିଲ୍ଲର ଜଚଲଦାରାର କୁମ୍ଭୁରା ଅଞ୍ଚଳରେ ଘେରାବନ୍ଦୀ ଏବଂ ତଲାସୀ ଅଭିଯାନ ଚଳାଇଛନ୍ତି । ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀର ରୌଜରୀ ଜିଲ୍ଲୀ ସୁନ୍ଦରବନୀରେରେ ସେନା ଗାଡି ଉପରେ ଆତଙ୍କୀ ହମଲା କରିଥିଲେ । ଦ୍ବିପ୍ରହର ୧ଟା ବେଳେ ସେନା ଗାଡି ଯାଉଥିବା ସମୟରେ ଆତଙ୍କୀ ଫାୟାରିଂ କରିଥିଲେ । ଏଲଓସି ନିକଟ ଜଙ୍ଗଲରେ ଲୁଚିଥିବା ଆତଙ୍କୀ ସେନା ଗାଡିକୁ ୪ରୁ ୫ ରାଉଣ୍ଡ ଫାୟାରିଂ କରିଥିଲେ ।

 

Leave A Reply

Your email address will not be published.