Latest Odisha News

ଦ୍ୱିତୀୟ ଦିନରେ ରଜୌରୀ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର ଆତଙ୍କବାଦୀ ନିପାତ

ଶ୍ରୀନଗର: ଦ୍ବିତୀୟ ଦିନରେ ପହଞ୍ଚିଛି କାଶ୍ମୀର ରଜୌରୀ ସେକ୍ଟରର ବାଜିମଲ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଏନକାଉଣ୍ଟର । ସେନା ଗୁଳିରେ ଜଣେ ଆହଙ୍କୀ ନିପାତ । ନିହତ ଆତଙ୍କୀ ହେଉଛି ପାକିସ୍ତାନର ନାଗରିକ ତଥା ଜଣେ ହାର୍ଡକୋର ଆତଙ୍କବାଦୀ । ସେ ପାକିସ୍ତାନ ଓ ଆଫଗାନିସ୍ତାନରେ ତାଲିମ ନେଇଥିବା ପ୍ରତିରକ୍ଷା ବାହିନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

BjdElectrycity

ନିହତ ଆତଙ୍କୀ ଜଣକ ରୌଜରୀରେ ରହି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିଲା । ଗୁମ୍ଫା ମଧ୍ୟରେ ଲୁଚି ରହିବା ସହ ଆଇଡି ଖଞ୍ଜିବାରେ ମଧ୍ୟ ଏକ୍ସପର୍ଟ ଥିଲା । ସେ ଡାଙ୍ଗ୍ରି ଏବଂ କାଳନ୍ଦୀରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ମଧ୍ୟ ଜଣାପଡ଼ିଛି । ଗତ ବର୍ଷଠାରୁ ସେ ତାର ଗ୍ରୁପ ସହ ରଜୌରୀ-ପୁଞ୍ଚରେ ସକ୍ରିୟ ରହିଥିବା ନେଇ ଆଜି ପିଆରଓ ଡିଫେନ୍ସ ଜମ୍ମୁ ଟ୍ବିଟ କରି ସମସ୍ତ ବିଷୟରେ ସୂଚନା ଦେଇଛନ୍ତି ।

ତେବେ ଗତକାଲି (ବୁଧବାର) କାଶ୍ମୀର ରଜୌରୀ ସେକ୍ଟରର ବାଜିମଲ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଆତଙ୍କାବାଦୀଙ୍କ ଗୁଳି ବିନିମୟରେ ଗତକାଲି୨ ଜଣ ସେନାଧିକାରୀଙ୍କ ସମେତ ୪ ଜଣ ଶହୀଦ ହୋଇଥିଲେ । ରଜୌରୀର ବାଜିମଲ ଫରେଷ୍ଟ ଏରିଆରେ ଆତଙ୍କୀ ଗତିବିଧି ନେଇ ସୂଚନା ମିଳିବା ପରେ ସେନାର ସ୍ପେଶାଲ ଫୋର୍ସ ଓ ସ୍ଥାନୀୟ ପୋଲିସର ଟିମ୍‌ ଏହି ମିଳିତ ଅପରେସନ ଆରମ୍ଭ କରିଥିଲେ ।

 

Leave A Reply

Your email address will not be published.