Latest Odisha News

BREAKING NEWS

ସୋପିଆନରୁ ଲଶ୍କର ଆତଙ୍କବାଦୀ ଜାକିର ଅହମ୍ମଦ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରୁ ଶୁକ୍ରବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ହାତ ଲାଗିଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲଶ୍ମର ଇ ତୋଇବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଜାକିର ଅହମ୍ମଦକୁ ପୋଲିସ ଗିରଫ କରିଛି । ଜାକିରଠାରୁ ଆଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୋଲିସ ଆଶା କରିଛି । ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେଶନ କରିବା ସମୟରେ ଏହି ଆତଙ୍କବାଦୀକୁ ଗିରଫ କରିଛି । ତା’ ନିକଟରୁ ବନ୍ଧୁକ ଏବଂ ଅନ୍ୟାନ୍ୟ ଗୋଳାବାରୁଦ ଜବତ ହୋଇଛି । ପୁଲିସ ଏବଂ ସେନା ପକ୍ଷରୁ ମିଳିତ ଭାବେ ତା’କୁ ପଚରାଉଚରା କରାଯାଉଛି ।

ସୂଚନା ଅନୁସାରେ, ସୋପିଆନ ଜିଲାର ଜାନିପୋରା ଅଞ୍ଚଳରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହା ପରେ ସେନାର ୧-ଆରଆର, ଏସଓଜି ପକ୍ଷରୁ ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇଥିଲା । ସମ୍ପୂର୍ଣ୍ଣ ଇଲାକାକୁ ଘେରାବନ୍ଦୀ କରି ଯବାନମାନେ ତଲାସୀ ଅଭିଯାନ ଚଳାଇଥିଲେ। ଏହି ସମୟରେ ଜାକିର ଧରାପଡ଼ିଥିଲା ।

Leave A Reply

Your email address will not be published.