Latest Odisha News

BREAKING NEWS

ସୀମାରେ ନେପାଳ ପୋଲିସ ଗୁଳିରେ ଭାରତୀୟ କୃଷକଙ୍କ ମୃତ୍ୟୁ, ପରିସ୍ଥିତି ଉତେଜନାପୂର୍ଣ୍ଣ

ସୀତାମଢ଼ୀ:ଭାରତ-ନେପାଳ ମଧ୍ୟରେ ସୀମା ବିବାଦକୁ ନେଇ ଉତେଜନା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ବିହାରର ଜାନକୀନଗର ସୀମା ନିକଟରେ ନେପାଳ ପୋଲିସ ପକ୍ଷରୁ ଅତର୍କିତ ଗୁଳିମାଡ କରାଯାଇଥିଲା । ଏଥିରେ ୫ଜଣଙ୍କ ଦେହରେ ଗୁଳି ବାଜିଛି । ନାଗେଶ୍ୱର ରାଏ ନାମକ ୨୫ ବର୍ଷୀୟ ଜଣେ ଯୁବକଙ୍କ ଏଥିରେ ମୃତ୍ୟୁ ଘଟିଛି । ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଘଟଣା ପରେ ବରିଷ୍ଠ ଅଧିକାରୀମାନେ ସେଠାରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ଭାରତ ପକ୍ଷରୁ ଏ ନେଇ କୌଣସି ଅଫିିସିଆଲ ବୟାନ ଆସି ନାହିଁ । ଏବେ କିଛି ଦିନ ଧରି ଉଭୟ ଦେଶ ମଧ୍ୟରେ ଲିପୁଲେଖ, କାଲାପାନୀ ଓ ଲିମ୍ପିୟାଧୁରା ସୀମାକୁ ନେଇ ଉତେଜନା ଲାଗି ରହିଛି । ନେପାଳ ପକ୍ଷରୁ ଏହି ବିବାଦର ସୂତ୍ରପାତ କରାଯାଇଛି ।

Leave A Reply

Your email address will not be published.