କଶ୍ମୀର: ଦୀପାବଳିରେ ଆତଙ୍କବାଦୀମାନଙ୍କ ବଡ ଯୋଜନା ପଣ୍ଡ କଲେ ଭାରତୀୟ ସେନା । ଭାରତରେ ଏକ ବଡ଼ ଆକ୍ରମଣ ଯୋଜନା କରୁଥିବାବେଳେ, ସୁରକ୍ଷା ବାହିନୀର ସତର୍କତା ଏହାକୁ ପଣ୍ଡ କରିଥିଲା । ଦୀପାବଳି ପୂର୍ବରୁ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ୍ କରିଥିଲା ।
ଏହି ସମୟରେ, ସୋମବାର ଦକ୍ଷିଣ କଶ୍ମୀରର ଶୋପିଆନ ଜିଲ୍ଲାର ହେଫ ଅଞ୍ଚଳରେ ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ଚିହ୍ନଟ ହୋଇଥିଲା । ଏହାପରେ ସୁରକ୍ଷା ବାହିନୀ ଏହାକୁ ସଫଳତାର ସହ ନଷ୍ଟ କରିଦେଇଥିଲେ ।
ସୂଚନାଯୋଗ୍ୟ ଯେ, ପୋଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ଭାବରେ କରାଯାଇଥିବା ଏହି ଅପରେସନ୍ ଅଞ୍ଚଳର ସମ୍ପୂର୍ଣ୍ଣ ତଲାସି ପରେ ଶେଷ ହୋଇଥିଲା । ଏହା ପରେ ସାଧାରଣ ଯାତାୟାତ ପନଃ ଆରମ୍ଭ ହୋଇଥିଲା । କଶ୍ମୀର ପୋଲିସ ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରିଛି ଏବଂ ବିସ୍ଫୋରକ ଲଗାଇବା ପ୍ରୟାସ ପଛରେ କିଏ ଥିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।
ତେବେ ଦୀପାବଳିକୁ ଦୃଷ୍ଟିରେ ରଖି କଶ୍ମୀରରେ ସୁରକ୍ଷା ବାହିନୀ ପୂର୍ବରୁ ସତର୍କ ରହିଥିଲେ । କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ନିରନ୍ତର ପାଟ୍ରୋଲିଂ କରାଯାଉଥିଲା । ସୋମବାର, ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛି ।
Comments are closed.