Latest Odisha News

BREAKING NEWS

କୁପୱାଡାରେ ପୁଣି ସାଧାରଣ ନାଗରିକଙ୍କୁ ଗୁଳି କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣି ସାଧାରଣ ନାଗରିକଙ୍କୁ ଗୁଳି । କୁପୱାଡାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଛି । ମୃତ ବ୍ୟକ୍ତି ଜଣକ ହେଲେ ୪୫ ବର୍ଷୀୟ ଗୁଲାମ ରସୁଲ ମାଗ୍ରେ । ସେ କଣ୍ଡିଖାସର କୁପଓ୍ବାଡାରେ ରହୁଥିଲେ ।

ଏହି ଘଟଣା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଖୋଜିବା ସହ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, ଗୁଲାମ ରସୁଲ ମାଗ୍ରେଙ୍କୁ ତାଙ୍କ ଘର ନିକଟରେ ଗୁଳି କରାଯାଇଥିଲା । ତାଙ୍କ ପେଟ ଏବଂ ବାମ ହାତରେ ଗୁଳି ବାଜିଥିଲା । ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ଅନ୍ୟପକ୍ଷରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନେଟୱାର୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି । ଶନିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଶ୍ରୀନଗର ପୋଲିସ ସାରା ସହରରେ ଏକ ବଡ଼ ଚଢାଉ ଅଭିଯାନ ଚଳାଇଛି । ଅଧିକାରୀଙ୍କ ଅନୁଯାୟୀ, ବେଆଇନ କାର୍ଯ୍ୟକଳାପ ଆଇନ (UAPA) ଅଧୀନରେ ପଞ୍ଜିକୃତ ମାମଲାର ତଦନ୍ତ ସହିତ ଜଡିତ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଆତଙ୍କବାଦୀ ନେଟୱାର୍କକୁ ଭାଙ୍ଗିବା ଲକ୍ଷ୍ୟରେ, ପୋଲିସ ଦଳ ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ୬୩ ରୁ ଅଧିକ ସ୍ଥାନରେ ଚଢାଉ କରିଥିଲେ । ଯେଉଁମାନଙ୍କ ଘରେ ଚଢାଉ କରାଯାଇଥିଲା ସେମାନଙ୍କ ଉପରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିବା ଅଭିଯୋଗ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଆତଙ୍କବାଦ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି ।

Comments are closed.