Latest Odisha News

BREAKING NEWS

ହଜି ଯାଉଛି ଟେଷ୍ଟ କ୍ରିକେଟର ପ୍ରକୃତ ରୋମାଂଚ

ଆଡିଲେଡ: ଟେଷ୍ଟ କ୍ରିକେଟର ପ୍ରକୃତ ରୋମାଂଚ ଏବେ ହଜିବାରେ ଲାଗିଛି । ଏବେ ଅଧିକାଂଶ ମ୍ୟାଚ ସମ୍ପୂର୍ଣ୍ଣ ଏକତରଫା ହେଉଛି । ଏଥିପାଇଁ ସୀମିତ ଓଭର କ୍ରିକେଟ ବିଶେଷ କରି ଟି୨୦କୁ ଦାୟୀ କରାଯାଉଛି । ଏହା ଆମେ କହୁ ନାହୁଁ ପରିସଂଖ୍ୟନ ଏହା ସୂଚେଇବାକୁ ବାଧ୍ୟ କରାଉଛି । ବ୍ୟାଜବଲ କ୍ରିକେଟ ଯୋଗୁ ଟେଷ୍ଟ ମ୍ୟାଚର ଫଳାଫଳ ପାଇଁ ୫ ଦିନ ଅପେକ୍ଷା କରିବାକୁ ପଡୁ ନାହିଁ । ଏହା ବ୍ୟତୀତ ବହୁତ କମ ମ୍ୟାଚ ଡ୍ର ରହୁଛି । ଗତ ବର୍ଷ ୪୬ଟି ଟେଷ୍ଟ ଖେଳା ଯାଇଥିଲା । ଏଥିରୁ ମାତ୍ର ୯ଟି ଟେଷ୍ଟ ୫ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଅଧିକାଂଶ ମ୍ୟାଚ ୨ କିମ୍ବା ୩ ଦିନରେ ଶେଷ ହୋଇଥିଲା । ୪୬ରୁ କେବଳ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ଶେଷ ୧୦ଟି ଟେଷ୍ଟ ବିଚାରକୁ ନେଲେ ଗୋଟିଏ ମ୍ୟାଚ ୫ ଦିନ ପର୍ଯ୍ୟନ୍ତ ଚାଲିଥିଲା । ୯ଟି ମ୍ୟାଚ ୪ ଦିନ ମଧ୍ୟରେ ଶେଷ ହୋଇ ଯାଇଥିଲା ।

ଟେଷ୍ଟ କ୍ରିକେଟରେ ଫଳାଫଳ ବାହାର କରିବା ପାଇଁ ସ୍ପୋର୍ଟିଂ ୱିକେଟର ବ୍ୟବହାର କରାଯାଉଛି । ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି । ମାତ୍ର ଦର୍ଶକ ଆକୃଷ୍ଟ ହେଉଥିଲେ ଟେଷ୍ଟ କ୍ରିକେଟର ପ୍ରକୃତ ରୋମାଂଚ ଦେଖିବାକୁ ମିଳୁ ନାହିଁ । ଅଧିକାଂଶ ଖେଳାଳି ମାତ୍ରାଧିକ ସୀମିତ ଓଭର ମୁକାବିଲା ଖେଳୁଛନ୍ତି । ସେମାନେ ମଧ୍ୟ ସମ୍ପୂର୍ଣ୍ଣ ଟେଷ୍ଟ ଶୈଳୀରେ ଖେଳିବାକୁ ପସନ୍ଦ କରୁ ନାହାନ୍ତି । ଯଦି ଏ ଭଳି ଲାଗି ରହେ ତେବେ ଟେଷ୍ଟ ମ୍ୟାଚ ମଧ୍ୟ ଏକପ୍ରକାର ୪ ଦିନିକିଆ ସୀମିତ ଓଭର ମୁକାବିଲା ପାଲଟିଯାଇପାରେ ।

Leave A Reply

Your email address will not be published.