Latest Odisha News

BREAKING NEWS

ପାଠ୍ୟପୁସ୍ତକ ତ୍ରୁଟିରେ ବଡ଼ ଷଡ଼ଯନ୍ତ୍ର! ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା କମିଟି

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା କମିଟି। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉନ୍ନୟନ କମିଶନରଙ୍କ ନେତୃତ୍ବାଧୀନ ଟିମ୍। ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମସ୍ତ ତ୍ରୁଟି ବହି ପ୍ରତ୍ୟାହାର ନେଇ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିବା ସମସ୍ତ ପାଠ୍ୟପୁସ୍ତକକୁ ଫେରାଇ ନେବେ ସରକାର। ନୂଆ ବହି ଆସିଲେ ପିଲାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଗୁରୁବାର ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ ରିପୋର୍ଟ ସିଏମଓରେ ପହଞ୍ଚିଥିଲା। ଏହାକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ନେଇ ସନ୍ଦେହ କରାଯାଉଛି। ତେଣୁ ପାଣ୍ଡୁଲିପି ପ୍ରସ୍ତୁତି, ଯାଞ୍ଚ ଓ ମୁଦ୍ରଣ ଯାଏଁ ସମସ୍ତ ପ୍ରକ୍ରିୟା ଯାଞ୍ଚ ହେବ। ଏହି ଷଡ଼ଯନ୍ତ୍ରରେ ଯେଉଁମାନେ ଲିପ୍ତ ଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମିତି କି ଦୋଷୀଙ୍କ ଠାରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ଭୁଲ୍‌ ଥିବା ଖବର ଲୋକଲୋଚନକୁ ଆସିବା ପରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲୋକସେବା ଭବନରେ ବୈଠକ କରି ତ୍ରୁଟି ବହିକୁ ନେଇ ବିରକ୍ତ ହୋଇଥିଲେ। ଏଥିସହ ତଦନ୍ତ କମିଟି କରି ୭ଦିନରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁନ୍ ୧୮ ତାରିଖରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୩ଜଣିଆ କମିଟି ଗଠନ ହେଲା। ନିର୍ଦ୍ଦେଶ ଥିଲା ୭ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ତେବେ ଗୁରୁବାର ରାତିରେ କମିଟି ତଦନ୍ତ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛି। ଏଥିରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।

Leave A Reply

Your email address will not be published.