Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁ

ନୂଆଦିଲ୍ଲୀ: ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ । ଶୁକ୍ରବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର ଖେଳାଳି ଅକାନେ ୟାମାଗୁଚିଙ୍କୁ ସେ ୨୧-୧୫, ୨୦-୨୨ ଓ ୨୧-୧୩ରେ ପରାସ୍ତ କରିଥିଲେ । ପ୍ରଥମ ସେଟ ସିନ୍ଧୁ ଜିତିବା ପରେ ୟାମାଗୁଚି ଜବରଦସ୍ତ ପ୍ରତ୍ୟାବର୍ତନ କରି ଦ୍ୱିତୀୟ ସେଟ ହାତେଇଥିଲେ । ତେବେ ନିର୍ଣ୍ଣାୟକ ମୁକାବିଲାରେ ବାଜି ମାରିଥିଲେ ସିନ୍ଧୁ ।

ସେମିରେ ସେ ବିଶ୍ୱର ୪ର୍ଥ ସ୍ଥାନ ହାସଲକାରୀ ଚୀନର ଚେନ ୟୁ ଫେଇଙ୍କୁ ଭେଟିବେ । ପୂର୍ବରୁ ସେ କୋରିଆର ସିମ ୟୁ ଜିନଙ୍କୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲେ । ଥୋମାସ କପରେ ଭାରତକୁ ଐତିହାସିକ ବିଜୟୀ କରାଇଥିବା କିଦାମ୍ବି ଶ୍ରୀକାନ୍ତ ଟୁର୍ଣ୍ଣାମେଂଟର ଦ୍ୱିତୀୟ ରାଉଣ୍ଡରୁ ଓହରିଯିବା ଫଳରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୱାକ ଓଭର ମିଳିଛି ।

Leave A Reply

Your email address will not be published.