Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ: ପି.ଭି. ସିନ୍ଧୁ କ୍ୱାର୍ଟର୍ ଫାଇନାଲକୁ ଉନ୍ନୀତ

ବ୍ୟାଂକକ : ବିଶ୍ୱର ୩ ନଂ ମହିଳା ସଟଲର୍ ତଥା ଭାରତୀୟ ବ୍ୟାଡ଼ମିଣ୍ଟନ ଖେଳାଳି ପି.ଭି.ସିନ୍ଧୁ ଥାଇଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପର କ୍ୱାର୍ଟର୍ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

କ୍ୱାର୍ଟର ଫାଇନାଲରେ ସିନ୍ଧୁ ହଂକଂ ଖେଳାଳି ପୁଇ ୱିଂ ୱିପଙ୍କୁ ସିଧାସଳଖ ୨୧-୧୬, ୨୧-୧୪ ଗେମରେ ପରାସ୍ତ କରିଛନ୍ତି ।

ତେବେ କ୍ୱାର୍ଟର୍ ଫାଇନାଲରେ ସିନ୍ଧୁ ମାଲେସିଆର ସୋନିଆ ଚେହଙ୍କୁ ଭେଟିବେ । ସୋନିଆ ବିଶ୍ୱର ୩୫ ନଂ ଖେଳାଳି ହୋଇଥିବା ବେଳେ ସିନ୍ଧୁ ବିଶ୍ୱର ୩ ନଂ ଖେଳାଳି । ଏହି ମ୍ୟାଚ ଜିତି ସିନ୍ଧୁ ସହଜରେ ଫାଇନାଲରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି ।

ଭାତତୀୟ ପୁରୁଷ ଖେଳାଳିମାନେ ଉଭୟ ସିଙ୍ଗଲ୍ସ ଓ ଡ଼ବଲ୍ସ ବିଭାଗରେ ନିଜ ନିଜ ମ୍ୟାଚରେ ପରାସ୍ତ ହୋଇ ପ୍ରତିଯୋଗିତାର ବିଦାୟ ନେଇଛନ୍ତି ।

Leave A Reply

Your email address will not be published.