Latest Odisha News

ବିଜେଡ଼ି ରାଜ୍ୟକମିଟି ସଂପ୍ରସାରିତ ତଥା ମାଲକାନଗିରି ଜିଲ୍ଲା କମିଟି ପୁନର୍ଗଠିତ

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିକୁ ସଂପ୍ରସାରିତ କରାଯାଇଛି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି ।

ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିର ଉପ-ସଭାପତି ଭାବେ କୃଷ୍ଣ ଚନ୍ଦ୍ର ରାଉତ, ଦୟାନିଧି ନାୟକ, ରାକେଶ କୁମାର ନାୟକ, ସାଧାରଣ ସଂପାଦକ ଭାବେ ପ୍ରମୋଦ କୁମାର ମହାପାତ୍ର, ସଂପାଦକ ଭାବେ ଆଶିଷ କୁମାର ସାହୁ, ଆଲୋକ ଭଟ୍ଟ, ପୃଥ୍ୱୀରାଜ ପଣ୍ଡା, ଚିତ୍ତରଞ୍ଜନ ବରାଳ, ସାଂଗଠନିକ ସଂପାଦକ ଭାବେ ଧର୍ମେନ୍ଦ୍ର ସାମଲ, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡାଙ୍କୁ ମନୋନୀତ କରାଯାଇଛି ।

ବିଜୁ ଜନତା ଦଳ ମାଲକାନଗିରି ଜିଲ୍ଲା କମିଟି ପୁନର୍ଗଠିତ
ସେହିପରି ଗୁରୁବାର ଦିନ ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ବିଜେଡି କମିଟିକୁ ପୁନର୍ଗଠନ କରି ନୂତନ କର୍ମକତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି ।

ଜିଲ୍ଲା ବିଜୁ ଜନତା ଦଳ ସଭାପତି ଭାବେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଜିଲ୍ଲା କମିଟିର ଉପଦେଷ୍ଟା ମଣ୍ଡଳୀରେ ନନୀ ଗୋପାଳ ଦାସ, ରମେଶ ପଟ୍ଟନାୟକ, ଭାସ୍କର ରାଓ, ଶଶୀଭୂଷଣ ପଣ୍ଡା, ରାଜେନ୍ଦ୍ର ପଣ୍ଡା, କୁଳମଣୀ ସ୍ୱାଇଁ, ଗୌରଚନ୍ଦ୍ର ସୁଗ୍ରୀ, ସୁବାଷ ମିସ୍ତ୍ରୀ, ପି. କ୍ରିଷ୍ଣା ରାଓ, ଶିବ ଖେମୁଡୁ, ମୁଚେଲ ରାଓ ଏବଂ କାର୍ଯ୍ୟକାରୀ ସଭାପତି ଗଣେଷ ମଣ୍ଡଳଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି ଉପ-ସଭାପତି ଭାବେ ପ୍ରଫୁଲ୍ଲ ପଣ୍ଡା, ମନୋଜ କୁମାର ପ୍ରଧାନ, ବିରଞ୍ଚି ବାରିକ, ଚମ୍ପତି ସଗରିଆ, ପାରିତୋଷ ସରକାର, ସି. ଆଙ୍ଗଲି, ସୁରେନ୍ଦ୍ର ନାଥ ରଥ, ମହେଶ୍ୱର ପଲେଇ, ସାଧାରଣ ସଂପାଦକ ଭାବେ ପ୍ରଭାକର ପ୍ରଧାନ, ସଂପାଦକ ଭାବେ ମୁନା ତ୍ରିପାଠୀ, ପ୍ରଭାକର ସୁନା, ସୁବ୍ରତ ମଣ୍ଡଳ, ଶୁଭେନ୍ଦୁ ପଟ୍ଟନାୟକ, ବିଶ୍ୱନାଥ ରେଡ୍ଡୀ, ନାକା ନକୁଳ ରାଜୁ, ରବୀନ୍ଦ୍ର ପାଢ଼ୀ, ବି. କାମେଶ୍ୱର ରାଓ, ଦିଲ୍ଲୀପ ବିଶ୍ୱାସ (କାଲିମେଳା), କାର୍ତ୍ତିକ ଦେବନାଥ, ନିରୋଦ ମିସ୍ତ୍ରୀ, ହୃଦାନନ୍ଦ ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରୀତିପାଲ ସିଂହ, ସହ-କୋଷାଧ୍ୟକ୍ଷ ଭାବେ ବାଳକୃଷ୍ଣ ପ୍ରଧାନ, ସାଂଗଠନିକ ସଂପାଦକ ଭାବେ ସଂଜୀବ ପଣ୍ଡା, ଜୀବନ ସାହୁ, ବିଭାଂଶୁ ସାମଲ, ଦିଲ୍ଲୀପ ବିଶ୍ୱାସ (କୋରକୋଣ୍ଡା), ଶିବ ମାଛ, ଶୁଭ୍ରାଂଶୁ ଶେଖର ସାହୁ, ଅନୁପ ଗୋଲଦାର, ସୁବୋଧ ମିସ୍ତ୍ରୀ, ଅଶୋକ ପାଲ, ବାବୁଲି ମହାପାତ୍ର, ମେଶକ ରବି ମଦ୍ରି, ବିପ୍ଳବ ବିଶ୍ୱାସ, ଭଗବାନ ସାହୁ, ଗୋକୁଳ ସିକଦାର, ଇନ୍ଦୁ ସର୍ଦାର, ଅଶୋକ ପରିଡ଼ା, ନିମାଇ ଚରଣ ଦାସ, ବାବୁଲା ସାମଲ, ମଦନ ଖୋସଲା, ଦାନିଏଲ ପୋଟଲା, ବି. ବାଲରାଜୁଙ୍କୁ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

 

Leave A Reply

Your email address will not be published.