Latest Odisha News

ଥାଇଲାଣ୍ଡ୍‌ରେ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ କଙ୍କାଳ ଠାବ

ନୂଆଦିଲ୍ଲୀ: ଥାଇଲାଣ୍ଡ୍‌‌ର ଅନୁସନ୍ଧାନକାରୀମାନେ ପ୍ରାୟ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ର କଙ୍କାଳ ଆବିଷ୍କାର କରିଛନ୍ତି। ଏହା ପ୍ରାୟ ସଂପୂର୍ଣ୍ଣ ସୁରକ୍ଷିତ। ଏହି କଙ୍କାଳଟି ବ୍ୟାଙ୍କକ୍ ର ପଶ୍ଚିମ ସାମୁଟ୍ ସାଖୋନ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନୁସନ୍ଧାନକାରୀମାନେ ଖନନ ପରେ ପ୍ରାୟ ୮୦ ପ୍ରତିଶତ ଅବଶିଷ୍ଟାଂଶ ଉଦ୍ଧାର କରିଛନ୍ତି। କଙ୍କାଳର ଲମ୍ବ ୧୨ ମିଟର (୩୯ ଫୁଟ) ଏବଂ ଖପୁରୀଟି ୩ ମିଟର ଲମ୍ବ।

କଙ୍କାଳର ବୟସ ଜାଣିବା ପାଇଁ, କାର୍ବନ ୧୪ କୌଶଳ ବ୍ୟବହାର କରି ହ୍ୱ‌େଲ୍‌ ମାଛର ହାଡର ବୟସ ଯାଞ୍ଚ କରାଯିବ। ତଥାପି, ଏହା ୩୦୦୦ ରୁ ୫୦୦୦ ବର୍ଷ ପୁରୁଣା ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି।

Leave A Reply

Your email address will not be published.