Latest Odisha News

BREAKING NEWS

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମିଳିଲା ମାନ୍ୟତା

ନୂଆଦିଲ୍ଲୀ: ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ମିଳିଛି । ଥାଇଲାଣ୍ଡ ସଂସଦରେ ମଙ୍ଗଳବାର ଏହି ବିଲ ପାରିତ ହୋଇଛି । ୧୩୦ ସାଂସଦ ସପକ୍ଷରେ ମତ ଦେଇଥିବା ବେଳେ ୪ଜଣ ବିପକ୍ଷରେ ଭୋଟିଂ କରିଥିଲେ । ଦକ୍ଷୀଣ ପୂର୍ବ ଏସିଆର ପ୍ରଥମ ଦେଶ ଭାବେ ଥାଇଲାଣ୍ଡ ଏହି ପଦକ୍ଷେପ ଗ୍ରହଣ କରିଛି । ଏବେ ଏହି ବିଲକୁ ରାଜା ମହାୱାଜିରାଲୋଙ୍ଗକୋର୍ଣ୍ଣଙ୍କ ପାଖକୁ ମାନ୍ୟତା ପାଇଁ ପଠାଯାଇଛି । ଚଳିତ ବର୍ଷ ଅକ୍ଟୋବରରେ ରାଜାଙ୍କ ଉପସ୍ଥିତିରେ ପ୍ରଥମ ବୈଧ ସମଲିଙ୍ଗୀ ବିବାହ ଆୟୋଜିତ ହେବ । ୨୦ ବର୍ଷ ହେବ ଏହି ବିବାହକୁ ମାନ୍ୟତା ଦେବା ପାଇଁ ଦାବୀ କରାଯାଉଥିଲା ।

ନୂତନ ଆଇନ ଦ୍ୱାରା ୧୮ ବର୍ଷରୁ ଊର୍ଦ୍ଧ୍ୱ ଯେ କୌଣସି ବ୍ୟକ୍ତି ସମଲିଙ୍ଗୀ ବିବାହ କରିପାରିବ । ତାଇୱାନ ଓ ନେପାଳ ପରେ ଏସିଆରେ ତୃତୀୟ ଦେଶ ଭାବେ ଥାଇଲାଣ୍ଡ ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ କରିଛି । ଭାରତରେ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ । ଏ ପର୍ଯ୍ୟନ୍ତ ବିବାହ ନେଇ କିନ୍ତୁ ଆଇନ ପ୍ରଣୟନ କରାଯାଇ ନାହିଁ ।

Comments are closed.