Latest Odisha News

BREAKING NEWS

ଆସନ୍ତୁ ଜାଣିବା କିପରି ଥାଇଲାଣ୍ଡ ରାଜା ବିଳାସ ବ୍ୟସନରେ ଲକଡାଉନ ସମୟ କାଟୁଛନ୍ତି

ବ୍ୟାଙ୍କକ: ଥାଇଲାଣ୍ଡ ୬୭ ବର୍ଷୀୟ ରାଜା ମାହାବାଜିରାଲୋଙ୍ଗକର୍ଣ୍ଣ କରୋନା ଭାଇରସରେ ଆକ୍ରାନ୍ତ ନ ହେବା ପାଇଁ ଲକଡାଉନ ନିୟମ ପାଳନ କରୁଛନ୍ତି । ସେ ସମ୍ପୂର୍ଣ୍ଣ ରାଜକୀୟ ଶୈଳୀରେ ଏବଂ ବିଳାସ ବ୍ୟସନରେ ଏହାକୁ ପାଳନ କରୁଛନ୍ତି । ଜର୍ମାନୀର ଏକ ହୋଟେଲରେ ତାଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା । ୨୦ଜଣ ସେକ୍ସ ସୋଲଜର ତାଙ୍କ ସହିତ ରହୁଥିଲେ । ହୋଟେଲରେ ୪ର୍ଥ ଫ୍ଲୋରକୁ ସମ୍ପୂର୍ଣ୍ଣ ଭାବେ ବୁକ୍ କରାଯାଇଥିଲା । ଏହାକୁ ଏସଏଏସ ଟିମ୍ ତଦାରଖ କରୁଥିଲେ ।

ଥାଇଲାଣ୍ଡର ଏହି ରାଜା ତାଙ୍କ ଜୀବନର ଅଧିକାଂଶ ସମୟ ନିଜ ଦେଶ ବାହାରେ କାଟିଛନ୍ତି । ଥାଇଲାଣ୍ଡରେ ମାର୍ଚ୍ଚରୁ ଲକଡାଉନ ନିୟମ ଲାଗୁ କରାଯାଇଛି । ଏ ପର୍ଯ୍ୟନ୍ତ ୩୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଲକଡାଉନ ନିୟମ ଠିକ୍ ଭାବେ ପାଳନ ନ କରି ସମାଲୋଚିତ ହେବା ବଦଳରେ ମାହାବାଜିରାଲୋଙ୍ଗକର୍ଣ୍ଣ ଜର୍ମାନୀରେ ମଉଜ କରୁଛନ୍ତି ।

Leave A Reply

Your email address will not be published.