Latest Odisha News

BREAKING NEWS

କଙ୍ଗନାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ‘ଥାଲାଇଭି’ ଟ୍ରେଲର ରିଲିଜ୍

ନୂଆଦିଲ୍ଲୀ: ତାମିଲଡ଼ାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜେ ଜୟଲଳିତାଙ୍କ ବାୟୋପିକ୍‌ ‘ଥାଲାଇଭି’ ଏପ୍ରିଲ୍ ୨୩ରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ଅଭିନେତ୍ରୀ କଙ୍ଗନା ରାଣାୱତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତାମାନେ ଏହାର ମୁଖ୍ୟ ଅଭିନେତା କଙ୍ଗନା ରାନାୱତଙ୍କ ୩୪ ତମ ଜନ୍ମଦିନ ଅବସରରେ ଆଜି ଏହାର ଟ୍ରେଲର ରିଲିଜ୍ ହେବାକୁ ଯାଉଛନ୍ତି।

ମଣିକର୍ଣ୍ଣିକା ଏବଂ ପଙ୍ଗାରେ ଅଭିନୟ ପାଇଁ କଙ୍ଗନା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିବାର ଗୋଟିଏ ଦିନ ପରେ ଥାଲାଇଭି ଟ୍ରେଲର ଆସିଛି। ଏହା ହେଉଛି କଙ୍ଗନାଙ୍କର ଚତୁର୍ଥ ଜାତୀୟ ପୁରସ୍କାର।

ଥାଲାଇଭି କିମ୍ବଦନ୍ତୀ ଅଭିନେତ୍ରୀ-ରାଜନେତା ଜୟଲଳିତାଙ୍କ ଚଳଚ୍ଚିତ୍ରରୁ ରାଜନୀତି ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ ଦର୍ଶାଯାଇଛି।

Comments are closed.