Latest Odisha News

କଙ୍ଗନାଙ୍କ ଜନ୍ମଦିନରେ ରିଲିଜ ହେବ ଥାଲାଇଭି

ମୁମ୍ବାଇ:ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଭିନୀତ ଥାଲାଇଭି ଫିଲ୍ମ ଆରମ୍ଭରୁ ଏ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସିଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ଜୀବନୀଙ୍କ ଉପରେ ଏହା ଆଧାରିତ । ଏହାର ଟ୍ରେଲର କଙ୍ଗନାଙ୍କ ଜନ୍ମଦିନ ୨୩ ମାର୍ଚ୍ଚରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ନିର୍ଦ୍ଦେଶକ ବିଜୟ ଏବଂ କଙ୍ଗନାଙ୍କ ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଛନ୍ତି ।

କଙ୍ଗନା ଏଥିପାଇଁ ଭାରତନାଟ୍ୟମ ଏବଂ ତାମିଲ ଭାଷା ମଧ୍ୟ ଶିଖିଛନ୍ତି । କଙ୍ଗନାଙ୍କ ସହ ଅରବିନ୍ଦ ସ୍ୱାମୀଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ କହିଛନ୍ତି । ଫିଲ୍ମ ୨୩ ଏପ୍ରିଲ ୨୦୨୧ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.