Latest Odisha News

BREAKING NEWS

ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ସ୍ଥାନ ନପାଇବା ପ୍ରସଙ୍ଗରେ ସରକାରଙ୍କୁ ସମଲୋଚନା କରିଛି ବିଜେପି । ସରକାର ଯେଉଁ ତାଲିକା ପ୍ରସ୍ତୁତ କରିଥିଲେ ସେଥିରେ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥିବା କହିଛି ବିଜେପି । ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ବଣ୍ଟନ ପାଇଁ ବିଜେପି ବାରମ୍ବାର ଦାବି କରି ଆସୁଥିବା ବେଳେ, ରାଜ୍ୟ ସରକାର ଚାହୁଁନଥିବା ଦଳ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ବିଧାନସଭା ଘେରିବ ବିଜେପି ।

ସେହିପରି ମାହଙ୍ଗା ଡବଲ ମର୍ଡର ଘଟଣାରେ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ଏନେଇ ପୋଲିସ ଡିଜିଙ୍କୁ ଦଳ ଭେଟିଥିଲା ବିଜେପି ଟିମ୍ । ଏହା ପରେ ବି ଦୋଷୀଙ୍କୁ ଗିରଫ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବିଜେପି ଅଭିଯୋଗ କରିଛି । ପାୱାର କରିଡର ଚାପରେ ପୋଲିସ ପ୍ରଶାସନ ଅସହାୟ ହୋଇପଡିଛି ବୋଲି ଦଳ ଅଭିଯୋଗ କରିଛି । ଅପରାଧ ପଛରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ସରକାର ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ସେହିପରି ବିଜେପି ନେତା ସାରଦା ପ୍ରଧାନଙ୍କୁ ମିଥ୍ୟା ମାମଲାରେ ଛନ୍ଦି ସରକାର ଭୟଭୀତ କରୁଛନ୍ତି । କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଶାସକ ଦଳର ମନ୍ତ୍ରୀଙ୍କ ନାଁରେ ମାମଲା ଥିବାରୁ ତାଙ୍କୁ ତଦନ୍ତ ପରିସର କରିବାକୁ ବିଜେପି ଦାବି କରିଛି ।

Leave A Reply

Your email address will not be published.