Latest Odisha News

BREAKING NEWS

କ୍ୟାରିୟରର ଶେଷ ଫିଲ୍ମ ପାଇଁ ବିଜୟ ନେଉଛନ୍ତି ୨୭୫ କୋଟି !

ଚେନ୍ନାଇ: ସାଉଥ ଅଭିନେତା ଥଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିୟରର ଶେଷ ଫିଲ୍ମ କରିବାକୁ ଯାଉଛନ୍ତି । ଜନ ନାୟକନ ପରେ ସେ ଆଉ ଫିଲ୍ମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଚରମସୀମାରେ ରହିଛି । ବିଜନେସ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଜୟ ଏହି ଫିଲ୍ମ ପାଇଁ ୨୭୫ କୋଟି ଟଙ୍କା ନେଇଛନ୍ତି । ଫିଲ୍ମର ଲାଭରେ କିନ୍ତୁ ତାଙ୍କୁ କୌଣସି ଅଂଶ ମିଳିବ ନାହିଁ । ଏହି ଫିଲ୍ମକୁ ଏଚ ବିନୋଦ ନିର୍ଦ୍ଦେଶନା ଦେଉଛନ୍ତି । କେଭିଏନ ପ୍ରଡକ୍ସନ ଏହାର ମେକର୍ସ ରହିଛି । ବିଜୟଙ୍କ ଏହି ଚର୍ଚ୍ଚିତ ଫିଲ୍ମରେ ବବି ଦେଓଲ ଓ ପୂଜା ହେଗଡେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ସେପ୍ଟମ୍ବର ୨୦୨୪ରେ ଥଲାପତି ୬୯ ନାମରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଜାନୁୟାରୀ ୨୦୨୫ରେ ଏହି ଫିଲ୍ମର ନାମ ଘୋଷଣା କରାଯାଇଥିଲା ।

ଫେବୃୟାରୀ ୨୦୨୪ରେ ବିଜୟ ତାଙ୍କର ନୂତନ ରାଜନୈତିକ ପାର୍ଟି ତାମି ଲଗା ବେତ୍ରି କଲଗାମର ଘୋଷଣା କରିଥିଲେ । ରାଜନୀତିରେ ପ୍ରବେଶ କରିବା ପରେ ଆଉ ଫିଲ୍ମ କରିବେ ନାହିଁ ବୋଲି ଏହି ସୁପରଷ୍ଟାରଜଣଙ୍କ କହିଥିଲେ । ୧୯୯୨ରେ ବାପା ଏସଏ ଚନ୍ଦ୍ରଶେଖରଙ୍କ ଫିଲ୍ମ ନାଲେୟା ଥୀରପୁ ମାଧ୍ୟମରେ ସେ ପଦାର୍ପଣ କରିଥିଲେ । ପୁଲୀ ଫିଲ୍ମ ପରେ ତାଙ୍କର ଆଉ କୌଣସି ଫିଲ୍ମ ଫ୍ଲପ ହୋଇ ନାହିଁ । ବୀଷ୍ଟ, ୱାରିସୁ ଓ ଦି ଗ୍ରେଟେଷ୍ଟ ଅଫ ଅଲ ଟାଇମର ରିଭ୍ୟୁ ଭଲ ନ ଥିଲେ ମଧ୍ୟ ଏହା ଭଲ ଆୟ କରିଥିଲା ।

Comments are closed.