Latest Odisha News

BREAKING NEWS

ରାଜନୀତିରେ ପ୍ରବେଶ କରିବେ ଥାଲାପତି ବିଜୟ

ମାଡ୍ରାସ: ତାମିଲ ସୁପରଷ୍ଟାର ଥାଲାପତି ବିଜୟ ଫିଲ୍ମ ଦୁନିଆରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ସେ ରାଜନୀତିରେ ପ୍ରବେଶ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ବିଜୟ ଦୀର୍ଘ ଦିନ ହେବ ନିଜର ଏକ ପାର୍ଟି କରିବା ପାଇଁ ଚେଷ୍ଟା ଚଳାଇଥିଲେ । ଏବେ ସେ ବିଧିବଦ୍ଧ ଭାବେ ନିର୍ବାଚନ ଆୟୋଗଙ୍କ ନିକଟରେ ପଂଜିକୃତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପାର୍ଟିର ଅଧ୍ୟକ୍ଷ ସେ ରହିବେ ।

ରିପୋର୍ଟ ମୁତାବକ ୨୦୦ ସଦସ୍ୟଙ୍କୁ ନେଇ ପଂଜୀକରଣ ପୂର୍ବରୁ ଏକ ବୈଠକର ଆୟୋଜନ କରାଯାଇଥିଲା । ପାର୍ଟିର ମହାସଚିବ ଓ କୋଷାଧ୍ୟକ୍ଷ ମଧ୍ୟ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ ଏକ କେନ୍ଦ୍ରୀୟ କାର୍ଯ୍ୟକାରୀ ସମିତିର ଗଠନ ମଧ୍ୟ କରାଯାଇଛି । ୨୦୨୬ ବିଧାନସଭା ନିର୍ବାଚନରେ ତାଙ୍କ ପାର୍ଟି ଲଢ଼ିବ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.