Latest Odisha News

ଛତିଶଗଡ଼ ସୁକମାରେ ଏନକାଉଣ୍ଟର, ୩ ଯବାନ ଶହୀଦ 

ରାୟପୁର: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଥିବା ବେଳେ ୧୪ ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି।

ସୁକମାର ତେକାଲଗୁଡେମରେ ଏକ ସୁରକ୍ଷା ଶିବିର ହୋଇଥିଲା। ଜିଲ୍ଲା ରିଜର୍ଭ ଗାର୍ଡ, କୋବ୍ରା ବାଟାଲିୟନ ଓ ସ୍ପେଶାଲ ଟାସ୍କ ଫୋର୍ସ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷାବାହିନୀ ମଧ୍ୟ ଏନକାଉଣ୍ଟର ଆରମ୍ଭ କରିଥିଲା। ଏନକାଉଣ୍ଟର ସମୟରେ ମାଓବାଦୀ ଆଖିବୁଜା ଗୁଳି ଚଳାଇ ଥିଲେ। ଏଥିରେ ୩ ଯବାନ ଶହୀଦ ହୋଇଥିବା ବେଳେ ଆଉ ୧୪ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ତେବେ ମାଓବାଦୀମାନେ ଜଙ୍ଗଲ ଭିତରେ ଲୁଚିଥିବା ସନ୍ଦେହ କରାଯାଉଛି। ଏବେ ବି ସର୍ଚ୍ଚ ଅପରେଶନ ଚାଲିଛି।

 

 

Leave A Reply

Your email address will not be published.