Latest Odisha News

ଥାନାବାବୁଙ୍କ ଅଜବ ସମାଧାନ; ୩ ଦିନ ପାଳି କରି ୨ ପତ୍ନୀଙ୍କ ପାଖରେ ରହିବେ ସ୍ୱାମୀ !

ରାଞ୍ଚି: ରାଞ୍ଚି ସ୍ଥାନୀୟ ସଦର ଥାନାରେ ଏକ ଅଜବ ସମାଧାନ ହୋଇଛି । ସାଧାରଣ ବ୍ୟକ୍ତି ଗୋଟିଏ ସ୍ତ୍ରୀକୁ ଚଳାଇବାରେ ନାକେଦମ ହେଉଥିବା ବେଳେ ଏହି ଘଟଣାରେ ୨ଟି ସ୍ତ୍ରୀ ସାମିଲ । ସବୁଠାରୁ ବଡ କଥା ଉଭୟ ସ୍ୱାମୀଙ୍କ ପାଖରେ ରହିବାକୁ ରାଜି ।

ଏହି ବ୍ୟକ୍ତିଙ୍କ ନାମ ହେଲା ରାଜେଶ । ତାଙ୍କର ୨ଟି ସ୍ତ୍ରୀ । ପ୍ରଥମ ସ୍ତ୍ରୀ ପାଖରେ ରାଜେଶ ଅଧିକ ଦିନ ରହୁଥିବାରୁୂ ଦ୍ୱିତୀୟ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ଥାନାଧିକାରୀ ୩ଜଣଙ୍କୁ ଏକତ୍ର ଡକାଇ ଏହାର ଏକ ସରଳ ସମାଧାନ କରିଥିଲେ ।

ସେ ରାଜେଶଙ୍କୁ କହିଥିଲେ ୩ ଦିନ ଲେଖାଏଁ ପ୍ରତ୍ୟେକ ସ୍ତ୍ରୀ ପାଖରେ ରହିବ । ଗୋଟିଏ ଦିନ ବିଶ୍ରାମ ଦିଆଯାଇଛି । ୩ ଜଣ ଯାକ ଏଥିରେ ସହମତି ହୋଇଛନ୍ତି । ଯଦି ରାଜେଶ ଅତ୍ୟାବଶ୍ୟକ କାରଣ ନ ଥିଲେ ଗୋଟିଏ ପତ୍ନୀ ପାଖରେ ୩ ଦିନରୁ ଅଧିକ ରହିବେ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.