Latest Odisha News

BREAKING NEWS

ନୟାଗଡରେ ବିଚାରାଧୀନ କଏଦୀର ମୃତ୍ୟୁ

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ଏକ ସରକାରୀ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ନାମ କୃଷ୍ଣ ପାତ୍ର ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଗତ ୨ ମାସ ପୂର୍ବେ କୃଷ୍ଣ ଓ ତା’ର ସ୍ତ୍ରୀ ଜଣେ ସମ୍ପର୍କୀୟଙ୍କୁ ଆକ୍ରମଣ କରିଥିଲେ । ପରେ ଏହି ଅଭିଯୋଗରେ ଦୁହେଁ ଗିରଫ ହୋଇ ଦଶପଲ୍ଲା ଉପ-ଜେଲରେ ରହିଆସୁଥିଲେ ।

ତେବେ ଗତ ଶନିବାର ଦିନ କୃଷ୍ଣ ଅସୁସ୍ଥତା ଅନୁଭବ କରିବାର ତା’କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.