Latest Odisha News

BREAKING NEWS

ନିର୍ଦ୍ଦେଶକ ରାକେଶ ରୋଶନ୍‌ଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ଜଡ଼ିତ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ମୁମ୍ବାଇ: ୨୦୦୦ ମସିହାରେ ବଲିଉଡ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରାଯାଇଛି

ଶନିବାର ଦିନ ଜଣେ ସେଣ୍ଟ୍ରାଲ କ୍ରାଇମ ୟୁନିଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୫୨ ବର୍ଷିୟ ସୁନୀଲ ବିଶ୍ୱନାଥଙ୍କୁ ଶୁକ୍ରବାର ରାତି ୯ଟା ସମୟରେ କଲୱାର ପାର୍ସିକ ସର୍କଲ ଅଞ୍ଚଳରେ ଗିରଫ କରାଯାଇଛି

ଅଧିକାରୀ ଜଣକ କହିଛନ୍ତି ଯେ, “ସୁନୀଲ ପାରସିକ ସର୍କଲ ଅଞ୍ଚଳକୁ ଆସୁଥିବାର ସୂଚନା ପାଇଲା ପରେ ଆମେ ତାଙ୍କୁ ଗିରଫ କରିଥିଲୁ

ସେ କହିଛନ୍ତି, “ଅଭିଯୁକ୍ତଙ୍କ ବିରୋଧରେ ୧୧ ଟି ହତ୍ୟା ମାମଲା ଏବଂ ସାତୋଟି ହତ୍ୟା ଉଦ୍ୟମ ମାମଲା ରହିଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ୨୦୦୦ ମସିହାରେ ବଲିଉଡ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ କରାଯାଇଥିବା ହତ୍ୟା ଉଦ୍ୟମ।

ସୂଚନାଯୋଗ୍ୟ ଜାନୁଆରୀ ୨୦୦୦ ମସିହାରେ ମୁମ୍ବାଇର ସାଣ୍ଟା କ୍ରୁଜ ଅଫିସ ବାହାରେ ରାକେଶ ରୋଶନଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା।

ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ୧୯୯୯ ଏବଂ ୨୦୦୦ରେ ଅନେକ ଅପରାଧରେ ଜଡିତ ଥିଲେ। ସେ ଅଲି ବୁଦେଶ ଏବଂ ସୁଭାଷ ସିଂ ଠାକୁରଙ୍କ ଦୁର୍ବୃତ୍ତ ଗ୍ୟାଙ୍ଗରେ ଜଡିତ ଥିଲେ

Leave A Reply

Your email address will not be published.