Latest Odisha News

BREAKING NEWS

ଯୁବତୀଙ୍କ ସହ ବନ୍ଧୁତା, ୧୮ବର୍ଷୀୟ ଯୁବକଙ୍କୁ ନିର୍ମମ ହତ୍ୟା !

ନୂଆଦିଲ୍ଲୀ: ମହଙ୍ଗା ପଡିଛି ଯୁବତୀଙ୍କ ସହ ବନ୍ଧୁତା । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା । ଦିଲ୍ଲୀ ୟୁନିଭର୍ସିଟିରେ ପଢୁଥିବା ଯୁବକଙ୍କୁ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଉତ୍ତର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରରେ ଘଟିଥିବା ଏହି ଘଟଣା ଚାଂଚଲ୍ୟ ଖେଳାଇଦେଇଛି ।

ମୃତ ଯୁବକଙ୍କ ପରିଚୟ ହେଉଛି ରାହୁଲ ରାଜପୁତ । ଦିଲ୍ଲୀ ୟୁନିଭର୍ସିଟିରେ ଓପନ ଲର୍ନିଂର ଦ୍ୱିତୀୟ ବର୍ଷର ଛାତ୍ର । ତା ଛଡା ସ୍କୁଲ ଛାତ୍ରଙ୍କୁ ସେ ଟ୍ୟୁସନ ମଧ୍ୟ କରୁଥିଲେ । ପୋଲିସ ରିପୋର୍ଟ ଅନୁଯାୟୀ ଅଙ୍କିତଙ୍କ ସହ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା । ଏହି ସଂପର୍କକୁ କିନ୍ତୁ ଯୁବତୀଙ୍କ ପରିବାର ଲୋକେ ବିରୋଧ କରୁଥିଲେ ।

ତଦନ୍ତରୁ ଜଣାପଡିଛି ଅଙ୍କିତଙ୍କୁ କୌଣସି ମତେ ନନ୍ଦା ରୋଡକୁ ଡାକିବା ପାଇଁ ଯୁବତୀଙ୍କ ଭାଇ ସମର୍ଥ ହୋଇଥିଲେ । ଘଟଣାସ୍ଥଳରେ ପହଂଚିବା ପରେ ଯୁବତୀଙ୍କ ଭାଇ ସହ ଅନ୍ୟ ୪ଜଣ ମିଳିତ ଭାବେ ଅଙ୍କିତଙ୍କ ଉପରେ ଆକ୍ରମଣ କରିଥିଲେ । ଆହତ ଅବସ୍ଥାରେ ଅଙ୍କିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ୨ ଯୁବକଙ୍କ ସମେତ ୩ଜଣ ନାବାଳକ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.