Latest Odisha News

BREAKING NEWS

ମହିଳାଙ୍କୁ ଦିଆଗଲା ତିନୋଟି ଡୋଜ କରୋନା ଟିକା

ଥାନେ: ବିଶ୍ବ ଟିକାକରଣ ତାଲିକାରେ ଭାରତ ଶୀର୍ଷରେ ରହିଥିବା ବେଳେ ଏପଟେ ମହାରାଷ୍ଟ୍ର ଥାନେରୁ ଏକ ସାଂଘାତିକ ଘଟଣା ସାମ୍‌ନାକୁ ଆସିଛି। ଥାନେର ଜଣେ ୨୮ ବର୍ଷୀୟା ମହିଳା ଦାବି କରିଛନ୍ତି ଯେ ତାଙ୍କୁ ଏକାକାଳୀନ ତିନୋଟି ଡୋଜ ଟିକା ଦିଆଯାଇଛି।

ଏହି ଘଟଣା ସମ୍ପର୍କରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଜଣାଇବା ପରେ ଟିକାକରଣ ଜନିତ ଅବହେଳାର ପର୍ଦ୍ଦାଫାସ୍‌ ହୋଇଛି। ଏହା ପରେ ମହିଳାଙ୍କ ସ୍ୱାମୀ ସ୍ଥାନୀୟ କର୍ପୋରେଟରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିଲେ ସୁଦ୍ଧା ପ୍ରଶାସନ ଏହି ଖବରକୁ ଖଣ୍ଡନ କରିଥିବା ଜଣାପଡ଼ିଛି।

ଏହା ପରେ ନାଗରିକ ସଂସ୍ଥା ତରଫରୁ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ। ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ଏହାସହ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ସ୍ଥାନୀୟ ନାଗରିକ ସଂସ୍ଥା ପାଇଁ କାମ କରୁଥିବାରୁ ସେ ଏଫ୍‌ଆଇଆର୍‌ ଦାଖଲ କରିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି।

ଟିଏମସି ମେଡିକାଲ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ‌େ ଏହି ଘଟଣାର ତଦନ୍ତ ପାଇଁ ଆମେ ଏକ କମିଟି ଗଠନ କରିଛୁ।”

Leave A Reply

Your email address will not be published.