ନୂଆଦିଲ୍ଲୀ: କଂଗ୍ରେସର ସିନିୟର ନେତା ତଥା ଏମପି ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କୁ ଡେ ଲା ଲିଜନ ଡିରେ ସମ୍ମାନିତ କରାଯିବ । ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଲେଖା ଏବଂ ଭାଷଣ ପାଇଁ ଫ୍ରାନ୍ସ ସରକାର ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ୨୦୧୦ରେ ସ୍ପେନ ସରକାରଙ୍କ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା । ଥିରୁୱନ୍ତପୁରମରୁ ସେ ୨ ଥର ଏମପି ହୋଇଛନ୍ତି । ତାଙ୍କର ଅନେକ ପୁସ୍ତକ ବିଶ୍ୱରେ ଆଦୃତ ହୋଇଛି । ସୋସିଆଲ ସାଇଟରେ କଷ୍ଟ ଇଂରାଜୀ ଶବ୍ଦ ଛାଡବା ଏବଂ ବିବାଦୀୟ ମନ୍ତବ୍ୟ ଦେଇ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଥରୁର ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯିବା ନେଇ ଫ୍ରାନ୍ସ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
BREAKING NEWS
- Attack: ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ସଂଘର୍ଷ;ଜଣେ ମୃତ, ୨ଗୁରୁତର
- ଛିନତାଇ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଲୁଟେରା ଗିରଫ; ସୁନା ଅଳଙ୍କାର ଜଵତ
- Kuki Groups: ନୂତନ ସରକାର ଗଠନର ଦିନକ ପରେ ପୁଣି ମଣିପୁର ଅଶାନ୍ତ; କୁକି ସଂପ୍ରଦାୟର ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ…
- ‘Godaan’ Tax-Free: ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଲେ ମୁଖ୍ୟମନ୍ତ୍ରୀ;କଲେ ‘ଟାକ୍ସ ଫ୍ରି’
- Pre-Budget Consultation: ସମସ୍ତଙ୍କ ମତାମତକୁ ଆଧାର କରି ‘ଲୋକଙ୍କ ବଜେଟ’ ଭାବେ ପ୍ରସ୍ତୁତ କରାଯିବ: ମୁଖ୍ୟମନ୍ତ୍ରୀ
- Gelatin sticks Seized: ତରଭୁଜ ଗଦା ତଳୁ ବିସ୍ଫୋରକ ସାମଗ୍ରୀ ଜବତ;ଶହେଟି ବାକ୍ସରୁ ୧୮ ହଜାର ଜିଲାଟିନ୍ ଷ୍ଟିକ୍ ସହ…
- ମଝି ସମୁଦ୍ରରେ ଓଡ଼ିଆ ଯୁବକ ନିଖୋଜ ଘଟଣା, କେନ୍ଦ୍ରର ୪ ବିଭାଗକୁ ରାଜ୍ୟ ସରକାରଙ୍କ ଚିଠି
- ଖୁବଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ୫ ତେଜସ
- ପୂର୍ବରୁ ଭାରତ ସହ ଟ୍ରେଡ ଡିଲ୍ କେହି କରୁନଥିଲେ କିନ୍ତୁ ଏବେ…
- ଏଫଆଇଏଚ ପ୍ରୋ ହକି ଲିଗ: ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ
Comments are closed.