Latest Odisha News

BREAKING NEWS

ସୁସ୍ଥ ହୋଇଥିବା ରୋଗୀଙ୍କ ଠାରୁ ବ୍ୟାପିବନି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରୁ ସଂକ୍ରମଣ ବ୍ୟାପିବ ନାହିଁ । ବରଂ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଆରୋଗ୍ୟ ହୋଇପାରିବେ । ଏଣୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ରାପିଡ ଆଣ୍ଟିବଡି ଟେଷ୍ଟ କିଟ ଯଥେଷ୍ଟ ପରିମାଣରେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୩୯୬ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ ସଂକ୍ରମଣ ସଂଖ୍ୟା ୨୭୮୯୨ରେ ପହଞ୍ଚିଛି ଓ ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୦,୮୩୫ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୮୧ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଆରୋଗ୍ୟ ସଂଖ୍ୟା ୬୧୮୪ରେ ପହଞ୍ଚିଛି ଓ ଆରୋଗ୍ୟ ହାର ୨୨.୧୭% କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦେଶର ୮୫ଟି ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ମାମଲା ଦେଖାଯାଇନାହିଁ । ସେହିପରି ୧୬ ଟି ଜିଲ୍ଲା, ଯେଉଁଠାରେ ପୂର୍ବରୁ ସଂକ୍ରମଣ ମାମଲା ଦେଖାଦେଇଥିଲା, ଗତ ୨୮ ଦିନରେ ସେଠାରୁ କୌଣସି ମାମଲା ସାମ୍ନାକୁ ଆସିନାହିଁ ।

Leave A Reply

Your email address will not be published.