Latest Odisha News

କୋରାପୁଟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ପୋଡ଼ାଗଡ଼ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଳକରେ ଜଣେ ୨୨ ବର୍ଷିୟ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋମବାର ଦିନ ପୋଡ଼ାଗଡ଼ ପଞ୍ଚାୟତ ଏବଂ ଏହାର ୩ କିଲୋମିଟର ପରିବ୍ୟପ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ କରିଛନ୍ତି ।

ଏହାବ୍ୟତୀତ, ଏହି ପଞ୍ଚାୟତର ୭ କିଲୋମିଟର ପରିଧିରେ ଥିବା ଅଞ୍ଚଳଗୁଡ଼ିକୁ ବଫର୍ ଜୋନ୍ ଘୋଷଣା କରାଯାଇଛି । ଏହା ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କୋରାପୁଟ ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଇତିମଧ୍ୟରେ ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

ଏହି ସ୍ୱାସ୍ଥ୍ୟକର୍ମୀ ଜଣକ ଏପ୍ରିଲ୍ ୧୪ ତାରିଖରେ କୋଲକାତାରୁ ଆସି ନର୍ସିଂ ଡ୍ୟୁଟିରେ ଯୋଗଦେଇଥିଲେ । ତାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ମିଳିନଥିଲା ଏବଂ ୧୪ ଦିନ ଲାଗି ସଂଗରୋଧ ହୋଇ ରହିବାକୁ ପରାମର୍ଶ ଦିଆଯାଇଥିଲା ।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସ୍ୱାସ୍ଥ୍ୟକର୍ମୀଙ୍କର କୌଣସି କରୋନା ରୋଗର ଲକ୍ଷଣ ପ୍ରକାଶ ପାଇନଥିଲା ।

Leave A Reply

Your email address will not be published.