ଭୁବନେଶ୍ବର: ଷଷ୍ଠ ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ୨୦୨୫ ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ ଆୟୋଜିତ ହେବ । ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ ହେବ ଆଲୋଚନା । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ବଡ଼ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ହେବ ଆଲୋଚନା ।
ଭିତ୍ତିଭୂମି ବିକାଶ, ପର୍ଯ୍ୟଟନସ୍ଥଳରେ ହୋଟେଲ୍ ନିର୍ମାଣ ଲକ୍ଷ୍ୟ ଓ ଆଗକୁ ଦିନେ ଦୁଇ ଦିନ ନୁହେଁ, ୨୧ ଦିନିଆ ଟୁର୍ ବ୍ୟବସ୍ଥା ସ୍ଥାନ ପାଇବ ସେନେଇ ଆଲୋଚନା ହେବ ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବହୁ ବକ୍ତା ଓ ସଂଗଠନ ଯୋଗ ଦେବେ । ଏହି କନକ୍ଲେଭରେ ମୋଟ ପାଞ୍ଚଟି ସେସନ ରହିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦଘାଟନ କରିବେ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଯୋଗଦେବାପାଇଁ ନିବେଦନ କରାଯିବ ବୋଲି କହିଛନ୍ତି ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସଂଘର ସମ୍ପାଦକ ।
Comments are closed.