ବଲାଙ୍ଗୀର: ରିମାଣ୍ଡ ସରିବା ପରେ ପୁଣି ଜେଲ ଗଲା ଗୋବିନ୍ଦ ସାହୁ। ମମିତା ମେହେର ହତ୍ୟା ଘଟଣାରେ ଗୋବିନ୍ଦକୁ ୫ଦିନିଆ ରିମାଣ୍ଡରେ ନେଇଥିଲା ବଲାଙ୍ଗୀର ପୋଲିସ୍। ଏହି ସମୟରେ ଅଭିଯୁକ୍ତ ଗୋବିନ୍ଦ ଦ୍ୱାରା ସମ୍ପୂର୍ଣ୍ଣ ଘଟଣାର ସିନ ରିକ୍ରିଏସନ କରିଥିଲା ପୋଲିସ। ତେବେ ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ଭୋରରୁ ତାକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଗୋବିନ୍ଦ ସାହୁକୁ କଣ୍ଟାବାଞ୍ଜି ଜେଲକୁ ପଠାଇ ଦିଆଯାଇଛି।
ସୂଚନା ଅନୁସାରେ, ଗୋବିନ୍ଦକୁ ଗତ ରାତିରେ ରିଜର୍ଭ ପୋଲିସରେ ରଖାଯାଇଥିଲା। ଆଜି ଭୋର୍ ୪ଟାବେଳେ ତାକୁ କୋର୍ଟକୁ ନିଆଯାଇଥିଲା। ରିମାଣ୍ଡ ସରିବା ପୂର୍ବରୁ ଗୋବିନ୍ଦ ସାହୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କୋର୍ଟରେ ହାଜର ପରେ ଗୋବିନ୍ଦ ସାହୁକୁ ଜେଲକୁ ପଠାଇ ଦିଆଯାଇଛି।
Comments are closed.