Latest Odisha News

BREAKING NEWS

ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କେନ୍ଦୁଝର: ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁରର ବୁଢ଼ା ଖମଣ ସାହିରେ ଦେଖିବାକୁ ମଳିଛି ଏହି ଅଭାବନୀୟ ଘଟଣା। ସାହିରୁ ଜଣେ ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘର ନିକଟସ୍ଥ ଏକ ଗଡ଼ିଆ ମଧ୍ୟରୁ ମୃତଦେହ ମିଳିଛି। ନିକଟସ୍ଥ ଏକ ଗଛମୂଳରୁ ଯୁବତୀଙ୍କ ଲୁଗା ଓ ଚପଲ ଉଦ୍ଧାର ହୋଇଛି।

୨୩ ତାରିଖ ରାତିରେ ପରିବାର ଲୋକେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ। ରାତିରେ ଅନେକ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇନଥିଲେ। ପରେ ୨୪ତାରିଖ ଅପରାହ୍ନ ୩ଟା ସମୟରେ ଘର ନିକଟରେ ଥିବା ଏକ ଗଡ଼ିଆରୁ ହାତରନ୍ଧା ଅବସ୍ଥାରେ ଝିଅର ମୃତଦେହ ମିଳିଥିଲା। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.