Latest Odisha News

BREAKING NEWS

ବଢିଲା ସେବାୟତଙ୍କ ଭତ୍ତା ଟଙ୍କା; ଅକ୍ଷୟ ତୃତୀୟା ପୂର୍ବରୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ…

ପୁରୀ: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବଡ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି ବୃଦ୍ଧି କରାଯାଇଛି । ମାସିକ ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି । ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ ଲାଗୁ ହେବ ।

ମୁଖ୍ୟ ପ୍ରଶାସକ କହିଛନ୍ତି, ଏହା ସହ ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ବୃଦ୍ଧି କରାଯାଇଛି । ପୁରୀବାସୀଙ୍କ ସ୍ବତନ୍ତ୍ର ଦର୍ଶନ ପାଇଁ ଆଲୋଚନା ହୋଇଛି । ଅନ୍ୟ ଭକ୍ତ ମାନଙ୍କର ଯେଭଳି କିଛି ଅସୁବିଧା ନହେବ ସେନେଇ ଗୁରୁତ୍ବ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍ କମିଟି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବା ପରେ ଏସଓପି ପ୍ରସ୍ତୁତ କରାଯାଇ ନିଷ୍ପତ୍ତି ନିଆଯିବ ।

ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ । ରତ୍ନ ଅଳଙ୍କାର ଗୁଡିକର ଡିଜିଟାଇଜେସନ କରାଯିବ । ଆଗକୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସହିତ ଇଂରାଜୀ ନୂତନ ବର୍ଷ ଆସୁଛି । ମୁଖ୍ୟ ପ୍ରଶାସକ ଏବଂ କମିଟିର ସଦସ୍ୟଙ୍କୁ ନେଇ ଅତିରିକ୍ତ ଏସଓପି ପ୍ରସ୍ତୁତ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଅକ୍ଷୟ ତୃତୀୟା ପୂର୍ବରୁ ଗଣତି ମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବ ଦିଆଯାଇଛି । ସେହିପରି ଖୁବଶୀଘ୍ର ଗୁଣ୍ଡିଚା ମନ୍ଦିର ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯିବ । ମାହାଲ ଦିଆ ନଯାଇ ଶ୍ରୀମନ୍ଦିର ପ୍ରଶାସନ ଏହାର ଦାୟିତ୍ବ ନେବ ।

ସ୍ବର୍ଣ୍ଣ ଅଳଙ୍କାର ଦାନ ଯୋଜନାରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ । ଫଳରେ ମହାପ୍ରଭୁଙ୍କ ଅଳଙ୍କାରର ଆଉ ଏକ ସେଟ୍ ହୋଇପାରିବ । ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ କରାଯାଇଛି । ପୁରୀରେ ଯେତିକି ଏଟିଏମ୍ ରହିଛି ଟଙ୍କା ଉଠାଣ ପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେବା ପାଇଁ ଚାହୁଁଥିଲେ ଦେଇପାରିବେ ଭକ୍ତ ।

ଶ୍ରୀମନ୍ଦିର ଜମିଜମା ସୁରକ୍ଷା ନେଇ ଆଲୋଚନା ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ଉପରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯାଇ କଡ଼ା ଆଇନ ଅଣାଯିବ । ଇସ୍କନର ଅଦିନିଆ ରଥଯାତ୍ରା ଉପରେ ଆଲୋଚନା ହୋଇଛି । ଇସ୍କନ ଲେଖିକି ଦେଇଛନ୍ତି ସ୍ନାନ ଯାତ୍ରା ଗୋଟିଏ ଦିନରେ କରିବେ । ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନେଇ ଆଲୋଚନା ହୋଇଛି ।

ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ମାମଲା ହାଇକୋର୍ଟରେ ଅଛି । ରୂପା ଇଟା କିଭଳି ମହାପ୍ରଭୁଙ୍କ ଅଧୀନକୁ ଆସିବ ସେ ନେଇ ଆଲୋଚନା ଚାଲିଛି । ନିୟମ ଅନୁସାରେ ରୁପା ଇଟା ଅଣାଯିବା ପାଇଁ ପ୍ରକ୍ରିୟା କରିବ ଶ୍ରୀମନ୍ଦିର ପ୍ରଶାସନ ।

Comments are closed.