Latest Odisha News

BREAKING NEWS

ଏସଏନସିୟୁ ରେ ବୋରଓ୍ବେଲରୁ ଉଦ୍ଧାର ଶିଶୁ, ଫୁସଫୁସ୍ ରେ ହୋଇଛି ସଂକ୍ରମଣ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନ ଲାରିପାଲି ଜଙ୍ଗଲ ମଧ୍ୟର ଥିବା ଏକ ପରିତ୍ୟକ୍ତ ବୋଲଓ୍ବେଲ ରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ଶିଶୁ କନ୍ୟା ଟି କୁ ବୁର୍ଲା ର ସ୍ବତନ୍ତ୍ର ନବଜାତ ଶିଶୁ ୟୁନିଟ୍ (ଏସଏନସିୟୁ) ରେ ରଖାଯାଇ ବର୍ତ୍ତମାନ ଚିକିତ୍ସା ଚାଲିଥିବାବେଳେ, ଆହୁରି କିଛି ଘଣ୍ଟା ଏସଏନସିୟୁରେ ରହିବ ।

ଘଟଣାରେ ଭିମସାର ଅଧିକ୍ଷୀକ ପ୍ରଫେସର ଡାକ୍ତର ଲାଲମୋହନ ନାଏକ କହିଛନ୍ତି ଯେ, ଉଦ୍ଧାର ସମୟରେ ଶିଶୁ ଟି ର ଫୁସଫୁସ ରେ ସଂକ୍ରମଣ ହୋଇଥିବା ଜଣାପଡିଛି ।  ସାଧାରଣ ଶରୀରର ଉତ୍ତାପ ଠାରୁ ତାର କମ୍ ରହିଥିଲା । ତେବେ ଏତେ ୧୫ ଫୁଟ୍ ଉଚ୍ଚ ରୁ ପଡିବା କାରଣରୁ ତା ଶରୀରର ଅନେକ ସ୍ଥାନରେ କ୍ଷତ ମଧ୍ୟ ରହିଛି । ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ଶିଶୁ ଟିକୁ ଅମ୍ଳଜାନ ସହାୟତାରେ ରଖାଯାଇଛି ଏହା ସହ ତାକୁ କେବଳ ସାଲାଇନ ଦିଆଯାଉଛି ।

ଶିଶୁ ଟିର ଓଜନ ମାତ୍ର ଏକ କେଜି ରହିଛି । ୩୪ ସପ୍ତାହର ପ୍ରି ମ୍ୟାଚୁଅର ଭାବେ ଜନ୍ମ ନେଇଛି । ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଏହାର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ୍ ରହିଛି । ଆଗକୁ ତା’ ସ୍ୱାସ୍ଥ୍ୟ ଅବସ୍ଥାରେ ଜଟିଳତା ଦେଖାଯିବାର ଆଶଙ୍କା ଥିବାରୁ ପ୍ରଫେସର ସୁବାସ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ୫ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଶିଶୁଟି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ।

ତେବେ ଏହା ଏକ ସମ୍ବେଦନଶୀଳ ଘଟଣା ଅଟେ । କାରଣ ଅନ୍ୟ ସମୟରେ ବୋରଓ୍ବେଲରେ ଅଜାଣତରେ ପଡି ଶିଶୁ ଉଦ୍ଧାର ହୋଇଛନ୍ତି । ହେଲେ ଏହା ଜାଣି ଜାଣି କେହି ଶିଶୁ ଟିକୁ ବୋରଓ୍ବେଲ ଭିତରକୁ ଫୋପାଡି ଦେଇ ଚାଲିଯାଇଛି ଯାହା ଏକ ବଡ ଅପରାଧ ଅଟେ । ଏହି ଘଟଣାକୁ ଗମ୍ଭୀରତା ସହ ନେବାସହ ତଦନ୍ତ କରାଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ରେଙ୍ଗାଲି ଥାନାରେ ଆଇପିସି ଦଫା ୩୦୭ ରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା କହିଛନ୍ତି ସଦର ଏସଡିପିଓ ପ୍ରଦୀପ ସାହୁ ।

Leave A Reply

Your email address will not be published.