Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା: କରାଗଲା ମହାପ୍ରଭୁଙ୍କର ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା  । ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି । ଫଳରେ ୧ ଘଣ୍ଟା ଲାଗି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ । କେହି ଜଣେ ଶ୍ରଦ୍ଧାଳୁ ଆହତ ହୋଇଥିବା ଅନୁମାନ କରାଯାଉଛି ।

BjdElectrycity

ଏହାପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ମହାସ୍ନାନ ସମୟରେ ମନ୍ଦିର ପ୍ରଶାସନ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ କରିଥିଲା । ଘଣ୍ଟାଏ ପରେ ପୁଣି ଦର୍ଶନ ସ୍ବାଭାବିକ ହୋଇଥିଲା । ତେବେ ଆଜି ରବିବାର ଏବଂ ବଡ ଦିନ ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ।

Leave A Reply

Your email address will not be published.