Latest Odisha News

ଅଲୋଡ଼ା ନବଜାତକ, ରାସ୍ତାକଡରୁ ଉଦ୍ଧାର ହେଲା ଶିଶୁର ମୃତଦେହ

ଅନୁଗୁଳ: ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା ଲୋକ ରାସ୍ତା କଡରେ ଏକ ନବଜାତକ ପଡିଥିବା ଦେଖିଥିଲେ। ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଶିଶୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିଲା । ନବଜାତକ ଦେହକୁ ଘୋଡା ଯାଇଥିବା କପଡ଼ାରେ ଏକ ଘରୋଇ ଡାକ୍ତରଖାନାର ନାମ ଉଲ୍ଲେଖ ରହିଥିବା ବେଳେ ନବଜାତକକୁ କିଏ ଏବଂ କେଉଁ ଅବସ୍ଥାରେ ସେଠାରେ ଫୋପାଡ଼ିଛି ସେ ନେଇ ପୁଲିସ ତଦନ୍ତ କରୁଛି ।

Comments are closed.