Latest Odisha News

ଗୁପଚୁପ ମାଳ ଓ ମୁକୁଟ ପିନ୍ଧି ବିବାହ କଲେ ଅକ୍ଷରା

ମାଡ୍ରାସ: ଗୁପଚୁପ ଖାଇବାକୁ ସବୁ ବୟସର ଲୋକଙ୍କୁ ଭଲ ଲାଗେ । ମାତ୍ର ଏଥିପ୍ରତି ପାଗଳାମୀର ଶେଷ ସୀମାରେ ପଂହଚି ଯାଇଛନ୍ତି ଅକ୍ଷରା । ଏହି ମହିଳା ଜଣକ ନିଜ ବାହାଘରରେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧଥିଲେ । ଅକ୍ଷରା ଏବଂ ଅଭିଷେକଙ୍କ ଏହି ବିବାହର ଫଟୋ ସୋସିଆଲ ସାଇଟରେ ସେୟାର ହେବା ପରେ ଏହା ଲୋକଙ୍କୁ ବେଶ ପସନ୍ଦ ଆସୁଛି ।

ଏପରିକି ସେମାନେ ତାଙ୍କ ବିବାହ ଭୋଜିରେ ବିଭିନ୍ନ ପ୍ରକାରର ଗୁପଚୁପ ପ୍ରସ୍ତୁତ କରିଥିଲେ । ଗୁପଚୁପ ଏବଂ ଚାଟ ମୋ ଜୀବନ । ସେଥିପାଇ ଏହାକୁ ନିଜ ବାହାଘରରେ ଗୁରୁତ୍ୱ ଦେଇଥିଲି ବୋଲି କହିଛନ୍ତି ।

Comments are closed.