Latest Odisha News

BREAKING NEWS

ଗଜପତି ମହାରାଜାଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ପରଲୋକ

ପୁରୀ: ପରଲୋକରେ ପୁରୀ ରାଜା ଗଜପତି ମହାରାଜାଙ୍କ ଭାଇ । ଗଜପତିଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତେବେ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।

ରବିବାର ରାତିରେ ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ବର୍ଷ ହେବ ମାମୁଁଘର ନୀଳଗିରିରେ ରହି ଆସୁଥିଲା । ରାଜକୀୟ ପରମ୍ପରା ଅନୁଯାୟୀ ରଣାର୍ଣ୍ଣବଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପରେ ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Comments are closed.