Latest Odisha News

BREAKING NEWS

ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଜଳିଗଲା

ବିଶାଖାପାଟଣା: ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଜଳିଗଲା । ବସ୍‌ରେ ସର୍ଟ ସର୍କିଟ୍‌ ହୋଇ ନିଆଁ  ଲାଗି ଯାଇଥିବା ସୂଚନା । ସମସ୍ତ ଯାତ୍ରୀ ଉଦ୍ଧାର ହୋଇଛନ୍ତି । ବସ୍‌ରେ ଡ୍ରାଇଭର, ହେଲ୍‌ପର ସହ ୩୨ଜଣ ଯାତ୍ରୀ ଥିଲେ । ବିଶାଖାପାଟଣା ପାଇକରାଓପେଟା ନିକଟରେ ପାଞ୍ଚ ନମ୍ବର ଜାତୀୟ ରାଜପଥ-୫ରେ ବସଟି ଜଳି ଯାଇଥିଲା । ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଜଳୁଥିବା ବସ୍‌ର ନିଆଁକୁ ଆୟତ୍ତ କରିବା ପାଇଁ ଦମକଳବାହିନୀକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା ।

ସୂଚନା ଅନୁଯାୟୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଏକ ବିଶାଖାପାଟଣା ଯାଉଥିଲା । ପାଞ୍ଚ ନମ୍ବର ଜାତୀୟ ରାଜପଥରେ ଯାଉଥିବାବେଳେ ବସ୍‌ର ପଛପଟୁ ଅଧିକ ଧୂଆଁ ନିର୍ଗତ ହେଉଥିବା ଡ୍ରାଇଭର ମିରର୍‌ରେ ଦେଖିପାରିଥିଲେ । ଅଘଟଣର ଆଶଙ୍କା କରି ସେ ରାସ୍ତା ପାର୍ଶ୍ବରେ ବସ୍‌କୁ ଠିଆ କରିଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ବସରୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ । ହେଲ୍‌ପର ସମେତ ସମସ୍ତ ଯାତ୍ରୀ ବସରୁ ଓହ୍ଲାଇ ପଡ଼ିଥିଲେ । 

ଏହାପରେ ସେଠାରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବସ୍‌ରେ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ବର୍ତ୍ତି ଯାଇଥିଲେ । ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଥିଲା । ଫଳରେ ସମସ୍ତ ଯାତ୍ରୀ ଡ୍ରାଇଭରଙ୍କୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.