Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ପ୍ରଥମ ରାଉଣ୍ଡରୁ ବିଦା ହେଲେ ସୁମିତ

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରୁ ଭାରତର ସୁମିତ ନାଗଲ ବିଦାୟ ନେଇଛନ୍ତି । ସେ ଲିଥୁନିଆର ରିକାଡସ ବେରାନିକ୍ସଙ୍କ ନିକଟରୁ ୨-୬, ୫-୭ ଓ ୩-୬ ସେଟରେ ପରାସ୍ତ ହୋଇଥିଲେ । ପ୍ରଥମ ସେଟରେ ନାଗାଲ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଦ୍ୱିତୀୟ ସେଟରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ।

ମାତ୍ର ଅଭିଜ୍ଞତା ଅଭାବ ଏବଂ ଚାପ ଯୋଗୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ସେଟକୁ ମଧ୍ୟ ହାତଛଡା କରିଥିଲେ । ତୃତୀୟ ସେଟରେ ମଧ୍ୟ ସେ ପ୍ରତ୍ୟାବର୍ତନ କରିପାରି ନ ଥିଲେ ।

Leave A Reply

Your email address will not be published.