Latest Odisha News

BREAKING NEWS

କାଲିଠୁ ଆରମ୍ଭ ହେବ ରଥ କାମ ! ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

ପୁରୀ: କାଲିଠୁ ଆରମ୍ଭ ହୋଇପାରେ ରଥ ନିର୍ମାଣ କାମ। ପରିଚାଳନା କମିଟି ବୈଠକରେ ଆଜି ଏ ବାବଦରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କ ପାଖରେ ରଥ ନିର୍ମାଣ ପାଇଁ ସୁପାରିଶ କରାଯାଇଛି । ପରିଚାଳନା କମିଟି ଅଧ୍ୟକ୍ଷ ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ସରକାରଙ୍କ ଗାଇଡଲାଇନ ଅନୁସାରେ ଶ୍ରମ ଭିତ୍ତିକ ସମସ୍ତ କାର୍ଯ୍ୟ ହୋଇପାରିବ ।

ସେ କହିଛନ୍ତି, ୨୬ ଏପ୍ରିଲରୁ ରଥ ନିର୍ମାଣ ହେବା କଥା । ରଥ ତିଆରି ପାଇଁ ଦୁଇ ମାସ ଲାଗେ । ଏଥର କିନ୍ତୁ ମହାମାରୀ କରୋନା ପାଇଁ ଏହା ବିଳମ୍ବ ହୋଇଛି । ନୂଆ ଗାଇଡଲାଇନ୍ ଅନୁଯାୟୀ ରଥ ନିର୍ମାଣ କାମ ଧାର୍ମିକ କାମ ନୁହେଁ, ଏହା ଏକ ନିର୍ମାଣ କାର୍ଯ୍ୟ । ତେଣୁ ରଥ ତିଆରିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରଥଯାତ୍ରା ଏକ ଧାର୍ମିକ ପର୍ବ । ତେଣୁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ପୁରୀ ଗ୍ରୀନ୍ ଜୋନ୍‌ରେ ଅଛି । ଗ୍ରୀନ୍ ଜୋନ୍‌ରେ ନିର୍ମାଣ କାର୍ଯ୍ୟ ହୋଇପାରିବ ବୋଲି ଗାଇଡଲାଇନ୍‌ରେ ଉଲ୍ଲେଖ ଅଛି । ତେଣୁ ରଥ ତିଆରି କରିପାରିବୁ ବୋଲି ନିଷ୍ପତ୍ତି ନେଇଛୁ ଏବଂ ସରକାରଙ୍କୁ ମଧ୍ୟ ଜଣାଇଛୁ ବୋଲି ଗଜପତି ମହାରାଜ କହିଛନ୍ତି ।

ରଥ ନିର୍ମାଣ ଓ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାର ନେବେ । ସରକାର କାଲି ସୁଦ୍ଧା ଆମକୁ ଅନୁମତି ଦେଲେ ଆମେ ନିର୍ମାଣ କାମ ଆରମ୍ଭ କରିବୁ। ଏଥିସହ ରଥଯାତ୍ରା ନେଇ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ କମିଟି ନିଜ ଦାବି ରଖିବ ବୋଲି ଗଜପତି ମହାରାଜ କହିଛନ୍ତି ।

Leave A Reply

Your email address will not be published.