Latest Odisha News

BREAKING NEWS

ଭାରତୀୟ ନୌସେନା ପକ୍ଷରୁ ‘ଓଡ଼ିଶା ପୋଲିସ’କୁ ପ୍ରଶଂସା

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ଓଡ଼ିଶା ପୋଲିସର ନିରନ୍ତର ସେବା ଲାଗି ‘କରୋନା ଯୋଦ୍ଧା’ ମାନଙ୍କୁ ଭାରତୀୟ ନୌବାହିନୀ ପକ୍ଷରୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି ।

ଓଡ଼ିଶାରେ ଥିବା ଭାରପ୍ରାପ୍ତ ନୌସେନା ଅଧିକାରୀ (ଏନଓଆଇସି) ଓଡ଼ିଶାରେ କାର୍ଯ୍ୟରତ ସମସ୍ତ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ସହିତ ଓଡ଼ିଶା ପୋଲିସର ପ୍ରଶଂସନୀୟ କାର୍ଯ୍ୟ ଲାଗି ଧନ୍ୟବାଦ ଜଣାଇଛନ୍ତି ।

ଆଇଏନଏସ ଚିଲିକାର କମାଣ୍ଡର ତ୍ରିଲୋଚନ ରାଉତ, ଏକଜିକ୍ୟୁଟିଭ୍ ଅଫିସର ଲେଫଟନାଣ୍ଟ ସରୋଜ ଠାକରନ୍ ଏହି ପ୍ରଶଂସନୀୟ କାର୍ଯ୍ୟ ଲାଗି ଓଡ଼ିଶା ପୋଲିସକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ଅବସରରେ ବାଲୁଗାଁ ଥାନା ଏସଡ଼ିପିଓ ସୁରେଶ କୁମାର ଦାଶଙ୍କୁ ଭାରତୀୟ ନୌବାହିନୀ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି ।

ନୌବାହିନୀ ପକ୍ଷରୁ ମାସ୍କ ଓ ସାନିଟାଇଜର୍ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.