Latest Odisha News

BREAKING NEWS

ଭର୍ଚୁଆଲ ମୋଡ଼ରେ BSKY କାର୍ଡ଼ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାବାସୀଙ୍କ ପାଇଁ BSKY କାର୍ଡ଼ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼ରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ କରାଯିବ। ଏନେଇ ନୂଆପଡ଼ା ମିନି ଷ୍ଟାଡ଼ିୟମରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲ୍ଲାରେ ସର୍ବମୋଟ୍ ୧୭୨୬୪୩ଟି BSKY କାର୍ଡ଼ ବଣ୍ଟନ ହେବ। ସେଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୬୩୭୦୯ଟି ଏବଂ ସହରାଞ୍ଚଳରେ ୮୯୩୪ଟି BSKY କାର୍ଡ଼ ବଣ୍ଟନ ହେବାର ବ୍ୟବସ୍ଥା ରହିଛି।

ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ ନୂଆପଡ଼ା, କୋମନା, ଖରିଆର, ସିନାପାଲି ଓ ବୋଡ଼େନ ଏବଂ ୩ଟି ଏନଏସି ଖରିଆର ରୋଡ଼, ନୂଆପଡ଼ା ଓ ଖରିଆରରେ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ୬ଜଣ ମନ୍ତ୍ରୀ ଜଗନ୍ନାଥ ସରକା, ପଦ୍ମନାଭ ବେହେରା, ବିକ୍ରମ କେଶରୀ ଅରୁକ, ପଦ୍ମିନୀ ଦିଆନ, ସୁଦାମ ମାରାଣ୍ଡି, ସମୀର ରଞ୍ଜନ ଦାସ ଏବଂ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ସହିତ ୬ଜଣ ଉପଦେଷ୍ଟା ଅସିତ ପଟ୍ଟନାୟକ, ଅମରେନ୍ଦ୍ର ଦାଶ, ପୁଷ୍ପେନ୍ଦ୍ର ସିଂ ଦେଓ, ରାମଚନ୍ଦ୍ର ପଣ୍ଡା, ମିନିକେତନ ଅମାତ, ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ନିଯୁକ୍ତି ହୋଇଥିବା ସୂଚନା ମିଳିଛି।

ଜିଲ୍ଲା ପ୍ରଶାସନ ଏହି BSKY କାର୍ଡ଼ କିପରି ସୂଚାରୂରୂପେ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ସେନେଇ ପ୍ରସ୍ତୁତି ହୋଇସାରିଛି। ଏହି ଯୋଜନା ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ ଏବଂ ଏହା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Leave A Reply

Your email address will not be published.